ଦିବ୍ୟାଙ୍ଗ ସହାୟକ ସାମଗ୍ରୀ ନିମନ୍ତେ ପଞ୍ଜିକରଣ ଶିବିର
।ା ପ୍ରଭାନୁ୍ୟଜ ।ା କପ୍ତିପଦା : ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଦିବ୍ୟାଙ୍ଗମାନଙ୍କୁ ସହାୟକ ସାମଗ୍ରୀ ପ୍ରଦାନ ପାଇଁ ପଞ୍ଜିକରଣ ଶିବିର କପ୍ତିପଦା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । କପ୍ତିପଦା ବ୍ଲକର ୨୬ଗୋଟି ଗ୍ରାମ ପଞ୍ଚାୟତରେ ବସବାସ କରୁଥିବା ଦିବ୍ୟାଙ୍ଗମାନଙ୍କ ପାଇଁ ଏହି ପଞ୍ଜୀକରଣ ଶିବିର ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ୫୭୬ଜଣ ଦିବ୍ୟାଙ୍ଗ ନାମ ପଞ୍ଜିକରଣ କରିଥିଲେ । ସେଥିମଧ୍ୟରୁ ୪୩୦ଜଣ ଦିବ୍ୟାଙ୍ଗ ସହାୟକ ଉପକରଣ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ ଗୌରୀଶଙ୍କର ବେହେରା, ପ୍ରିନସ୍ ପ୍ରୀତିରଂଜନ ସାହୁ, ସୁରେନ୍ଦ୍ର ଭୋଇ, ଶିବମ ଶୁକ୍ଲା, ଯୋଗେଶ ପ୍ରତାପ ସିଂ ପ୍ରମୁଖ ସହଯୋଗ କରିଥିଲେ । ସାମାଜିକ ସୁରକ୍ଷା ଅଧିକାରୀ ସ୍ମିତା ମାଝୀ, ତପନ କୁମାର ରାଉତ୍,ଦିବ୍ୟଶଙ୍କର ପାଲ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ତେବେ ଯେଉଁମାନେ ଏଥିରୁ ବଞ୍ଚôତ ହୋଇଥିବେ, ସେମାନେ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟରେ ନାମ ପଞ୍ଜିକରଣ କରିପାରିବେ ବୋଲି ବିଡିଓ ସିଦେ୍ଧଶ୍ୱର ନାୟକ ପ୍ରକାଶ କରିଛନ୍ତି ।