ପ୍ରୀତିଙ୍କ ନାମରେ ଏତଲା କଲେ ଆଇଆଇସି

 ଯାଜପୁର : ରବିବାର ବସ ଧକ୍କାରେ ଜଣେ ଶ୍ରମିକଙ୍କ ମୃତୁ୍ୟ ଆନେ୍ଦାଳନର ରୂପ ନେଇଥିଲା । ମୃତକଙ୍କ ପରିବାର ସହ ଶିଳ୍ପ ଶ୍ରମିକ ଶବ ରଖି ଦାନଗଦୀ-ଡ଼ୁବୁରୀ ରାସ୍ତାକୁ ଦୀର୍ଘ ୯ଘଂଟା ଧରି ଅବରୋଧ କରି ରଖିଥିଲେ । ରାଜରାସ୍ତା ଅବରୋଧ ରଖିବା, ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିବା,   ପୁଲିସ କର୍ମଚାରୀଙ୍କୁ ଗାଳିଗୁଲଜ କରିବା, ରକ୍ତ ଜୁଡୁବୁଡୁ ଆହତଙ୍କୁ ମେଡିକାଲ ନେବାକୁ ହୋଇଥିବା ଉଦ୍ୟମକୁ ବିରୋଧ କରିବା, ସମର୍ଥକଙ୍କୁ  ଘଟଣା ସ୍ଥଳକୁ ଡକାଇ ଆଇନ୍ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ପାଇଁ ପ୍ରେସ୍ôାହିତ କରିବା ଭଳି ଅଭିଯୋଗ ଆଣି କଳିଙ୍ଗନଗର ଥାନା ଆଇଆଇସି ପୂର୍ବତନ ମନ୍ତ୍ରୀ ପ୍ରୀତିରଂଜନ ଘଡ଼ାଇଙ୍କ ନାମରେ କଳିଙ୍ଗନଗର ଥାନାରେ ଏତଲା କରିଛନ୍ତି । ଏତଲା ଭିତିରେ ୨୩୬/୨୫ରେ ମାମଲା ରୁଜୁ ହୋଇଥିବା ବେଳେ ଏତଲାରେ ୨୧ ଜଣଙ୍କ ନାମ ରହିଛି ।  କଳିଙ୍ଗନଗର  ଆଇଆଇସି ପ୍ରକାଶ ସାହୁଙ୍କ ଏତଲା କ୍ରମେ ପ୍ରୀତିଙ୍କ ସହ ମନୋରଞ୍ଜନ ହାଇବ୍ରୁ , ଟୁକୁ ସାହୁ, ସୁଦାମ ପହି, ସାଗର ଧିର, ଜଟିଆ ପାତ୍ର, ମିଞ୍ଜା ପାତ୍ର, ବଂଟି ଖାଁ, ରାଜା ଖାଁ, ଜନ୍ମେଜୟ ଦେଓ ଓରଫ୍ ପପୁ, ସୋନୁ  ମଲ୍ଲୀକ୍, ପ୍ରଦୀପ୍ ନାଏକ, ଆଝାର ଅହମ୍ମଦ ଖାଁ, ମୋହନ ଦେହୁରୀ, ଅଶୋକ ଦାସ, ତୁଷାର ସାହୁ, ରଞ୍ଜନସାହୁ, ଭାଗିରଥି ବେହେରା, କାଶିନାଥ ଭୁଇଁୟା ,ଅର୍ଜୁନ ପୁର୍ତି, ଏବଂ ଲକ୍ଷ୍ମୀଧର ଦାସଙ୍କ ନାମରେ  ବିଏନ୍ଏସ୍ ଦଫା ୩୬୧(ଏଫ),୧୯୦,୧୧୫(୨),୩୫୧(୩), ୩୫୧(୨),୨୯୬, ୪୯, ୧୨୬(୨),୨୮୫,୨୨୧ ଏବଂ ୧୯୧(୨) ଗୁନ୍ଥି ଦିଆଯାଇଛି । ଆଇଆଇସି ପ୍ରକାଶ ସାହୁ କରିଥିବା ଅଭିଯୋଗ ଅନୁଯାଇ ୨୭ତାରିଖ ଦିନ ପ୍ରାୟ ୧ଟା ୫୩ ମିନିଟ୍ ସମୟରେ ଦୁର୍ଘଟଣା ଖବର ପାଇ ଘଟଣା ସ୍ଥଳକୁ ସହଯୋଗୀଙ୍କୁ ପଠାଇଥିଲେ । ଏହି ସମୟରେ ଜଣେ ଆହତଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ଅନ୍ୟତନ ଆହତଙ୍କୁ ସେମାନେ ଉଦ୍ୟମ କରିଥିଲେ । ହେଲେ ଉକ୍ତ ସମୟରେ ପୂର୍ବତନ ମନ୍ତ୍ରୀ ପ୍ରୀତି ପହଁଚିବା ପରେ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ହୋଇଥିଲା । ମୃତକଙ୍କ ଶବକୁ ଜିନ୍ଦଲ ଗେଟ୍ ସମ୍ମୁଖକୁ ନେବା ପାଇଁ ପରିବାର ଲୋକଙ୍କୁ ଉସୁକାଇଥିଲେ ।  ସରକାରୀ ଅଧିକାରୀଙ୍କୁ ଧମକ ଦେବା ଏବଂ ଟାୟାର ଜାଲି ରାସ୍ତା ଅବରୋଧ କରିଥିଲେ ବୋଲି ଅଭିଯୋଗ ଆଇଆଇସି କରିଛନ୍ତି । ସ୍ୂଚନା ଥାଉକି ରବିବାର ଜିନ୍ଦଲ କାରଖାନାକୁ ଡୁ୍ୟଟି କରିବାକୁ ଆସୁଥିବା ବାଇକ୍ ଆରୋହୀଙ୍କ ଉପରେ ଟାଟା କାରଖାନାରୁ କର୍ମଚାରୀ ଆଣୁଥିବା ଗୋଟିଏ ବସ୍ ଚଢି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ସୁକିନ୍ଦା ଥାନା ନଟିସାହି ଗ୍ରାମର ଅଭିମନୁ୍ୟ ମହାନ୍ତଙ୍କ ମୃତୁ୍ୟ ଘଟିଥିବା ବେଳେ ବନ୍ଧଗାଁର ଲକ୍ଷ୍ମୀଧର ମହାକୁଡ ଗୁରୁତର ଆହତ ହୋଇଥିଲେ ।