ଦୁଇ ବାଇକ୍ ଧକ୍କା, ୩ ଗୁରୁତର
ନୀଳଗିରି : ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ତିନିଜଣ ଯୁବକ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ମିତ୍ରପୁର ବଇଁଚା ରାସ୍ତା କାଂଶ ନିକଟରେ ଘଟିଛି । ସୂଚନା ଅନୁଯାୟୀ, ନୀଳଗିରି ବ୍ଲକ ଅଧିନ ନରସିଂହପୁର ପଞ୍ଚାୟତ ଧାରାଗଞ୍ଜ ଗ୍ରାମର ଜଗନ୍ନାଥ ବେହେରା ଏକ ବାଇକରେ ଆସୁଥିବାବେଳେ ସାମ୍ନାପଟୁ ବାଇକ୍ରେ ଆସୁଥିବା ମିତ୍ରପୁର ଜାମବଣି ଗ୍ରାମର ଦଶହରା ସିଂ ଓ ଶ୍ରିତମ ବେହେରାଙ୍କ ସହିତ ଧକ୍କା ହୋଇଥିଲା । ତିନିଜଣ ପିଚୁରାସ୍ତା ଉପରେ କଚାଡ଼ି ପଡ଼ିଥିଲେ । ସମସ୍ତଙ୍କୁ ନୀଳଗିରି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଜଗନ୍ନାଥଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାବେଳେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।