ଦୁଇ ବାଇକ ମୁହାଁମୁହିଁ  : ଜଣେ ମୃତ, ୧ ଗୁରୁତର

 ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଜାତୀୟ ରାଜପଥ ଡୁମରିପଦର ଛକରେ ଏକ ମର୍ମନ୍ତୁକ ଦୁର୍ଘଟଣା ଘଟିଛି  । ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କ ମୃତୁ୍ୟ  ହୋଇଥିବାବେଳେ ଜଣେ ଗୁରତର ହୋଇ ଚିକିସôାଧିନ ଅବସ୍ଥାରେ ଅଛନ୍ତି । ମୃତ ଜଣକ ହେଲେ ପାପଡାହାଣ୍ଡି ବ୍ଲକ ସେମଳା ପଞ୍ଚାୟତ ପଖନାଗୁଡା ଗ୍ରାମର ବଳଭଦ୍ର ମାଝୀ ବୋଲି ସୂଚନା ମିଳିଛି  । ସୂଚନା ଅନୁସାରେ ମୃତ ବଳଭଦ୍ର ନିଜ ଗାଁରୁ କୌଣସି ଏକ କାମ ପାଇଁ ଯାଉଥିବା ସମୟରେ ବିପରୀତ ଦିଗରୁ ଆଉ ଏକ ଅନ୍ୟ ବାଇକ ଚାଳକ ଧକ୍କା ହୋଇଥିଲା  । ଫଳରେ ଦୁଇ ଚାଳକ ଛିଟିକି ପଡ଼ିଥିଲେ । ଗ୍ରାମବାସୀ ଓ ପୁଲିସର ସହାୟତାରେ ପାପଡାହାଣ୍ଡି ମେଡ଼ିକାଲ ପଠାଯାଇଥିଲା  । ଅଧିକ ଗୁରୁତର ହେବାରୁ ନବରଙ୍ଗପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା  । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ସମ୍ପର୍କୀୟ ଭାଇ ମୈଦଲପୁର ଥାନାରେ ଲିଖିତ ଅଭିଯୋଗ ପରେ ଲୋକେଶ କୁମାର ଭୋଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି  । ଅନ୍ୟ ବାଇକ ଚାଳକ ନବରଙ୍ଗପୁର ମେଡିକାଲରେ ଚିକିସôାଧିନ ରହିଥିବା ସୂଚନା ମିଳିଛି  ।