ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

 ନୂଆପଡା:   ବୋଡ଼େନ ବ୍ଲକ ଖଇରା ଦୁର୍ଗାପୂଜାର ୨୭ତମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମଝିଆ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସଭାପତି ପଦ୍ମନ ଦଣ୍ଡସେନା, ଉପସଭାପତି ହିତେଶ, ସମ୍ପାଦକ ଉପେନ୍ଦ୍ର ବାଗ, ଶହ ସମ୍ପାଦକ ବିଷ୍ଣୁ ଦଲ, କେସିୟର ନରେନ୍ଦ୍ର ଦଣ୍ଡସେନା, ନିଜନିଜ ମତାମତ ଶହ ଗତବର୍ଷର ଆୟବ୍ୟୟର ଅଟକଳ ପଠନ କରିଥିଲେ । ସଭାରେ ଭୁବନେଶ୍ୱର ରାଉତ, ଚନ୍ଦ୍ରଧ୍ୱଜ ମାଝୀ, ଚନ୍ଦ୍ରମଣି ଦଣ୍ଡସେନା, ଜଗନ୍ନାଥ ଦଣ୍ଡସେନା, ପୁରାନ୍ଦର ମାଝୀ, ହିତେଶ ଦୁରିଆ, ରାଜେନ୍ଦ୍ର ରାଉତ, ଅଶୋକ କୁମାର ଦଣ୍ଡସେନା, ବଇଦ ଦଲ, ମଙ୍ଗଳସିଂ ମାଝୀ, ଅନାମ ଦଲ, ମୋତିରାମ ଦଲ, ଭଗବାନ ଦଣ୍ଡସେନା, ଦଶମୁ ପଟେଲ, ଜଗତରାମ ଦଣ୍ଡସେନା, ଟୁଲୁ ଦଣ୍ଡସେନା, ଦୀନେଶ ଦଣ୍ଡସେନା, ନନ୍ଦଲାଲ ଦଣ୍ଡସେନା, ବିଦ୍ୟା ଧର ଦଣ୍ଡସେନା, ଚିତ୍ରସେନ ଦାସ, ଈଶ୍ୱର ଦଣ୍ଡସେନା, ଦୁଃର୍ଜନ ଦଲ ପ୍ରମୁଖ ଯୋଗ ଦେଇ ନିଜ ନିଜ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।