ଦୁର୍ଘଟଣାରେ ଟ୍ରାକ୍ଟର ଚାଳକଙ୍କ ମୃତୁ୍ୟ

 ସିଂହପୁର : ବିଞ୍ଝାରପୁର ଥାନା ଜରୀ ହଳଦୀଢିହ ରାସ୍ତାରେ ଏକ ଟ୍ରାକ୍ଟର ଓଲଟି ଚାଳକଙ୍କ ମୃତୁ୍ୟ ଘଟିଛି । ମୃତ ଚାଳକ ଜରୀ ଗ୍ରାମର ଅଞ୍ଚଳ ମଲ୍ଲିକଙ୍କ ପୁଅ ଶ୍ରୀକାନ୍ତ ହୋଇଥିବା ବେଳେ ସୁରଟରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟକରୁଥିବା ବେଳେ କିଛି ଦିନ ପୂର୍ବରୁ ଗ୍ରାମକୁ ଆସିଥିଲେ । ଗତକାଲି ଏକ ଟ୍ରାକ୍ଟର ଚଳାଇ ହଳ କରିବାକୁ ବିଲକୁ ଯାଉଥିବା ବେଳେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ବନ୍ଧ ତଳକୁ ଓଲଟି ପଡିଥିଲା । ଆଉ ଘଟଣା ସ୍ଥଳରେ ହିଁ ଶ୍ରୀକାନ୍ତର ମୃତୁ୍ୟ ଘଟିଥିଲା । ଘଟଣା ସ୍ଥଳରେ ଜରୀ ଫାଣ୍ଡି ପୁଲିସ ସମେତ ବିଞ୍ଝାରପୁର ଥାନା ଅଧିକାରୀ ରଞ୍ଜନ ମଲ୍ଲିକ ପହଁଚି ମୃତ ଦେହକୁ ଜବଦ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା । ପରିବାର ଲୋକଙ୍କୁ ଅଭିଯୋଗକୁ ଭିତ୍ତି କରି ବିଞ୍ଝାରପୁର ଥାନା ପୁଲିସ କେସ ନଂ ୩୭୮/୨୫ରେ ଏକ ମାମଲା ରୁଜ୍ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି ।