ଦୁର୍ଘଟଣାରେ ବାଇକ ଆରୋହୀ ମୃତୁ୍ୟ

 ବୈଶିଙ୍ଗା : ବୈଶିଙ୍ଗା ଉପକଣ୍ଠ ରଙ୍ଗାମାଟିଆ ଛକ ନିକଟରେ ଥିବା ଆରଏମସି କୃଷକ ବଜାର ସମ୍ମୁଖରେ ବାଉଁଶ ବୋଝେଇ ଟ୍ରାକ୍ଟରକୁ ପିଟି ହେବା ଫଳରେ ଜନୈକ ବାଇକ ଚାଳକ ଗୁରତର ହୋଇ ଚିକିସôିତ ଅବସ୍ଥାରେ ମୃତୁ୍ୟ ବରଣ କରିଛନ୍ତି । ଏକ ବାଇକ ଯୋଗେ ଯଶିପୁର ଥାନା ଅନ୍ତରଗତ ସୁଆଁପାଳର ୫୧ ବର୍ଷିୟ ସଞ୍ଜିବ କୁମାର ଛତର୍ ନାମକ ବ୍ୟକ୍ତି ବୈସିଙ୍ଗା ବଜାର ଅଭିମୂଖେ ଆସୁଥିବା ବେଳେ ଆରଏମସି କୃଷକ ବଜାର ନିକଟସ୍ଥ ଗେଷ୍ଟ ହାଉସ ସାମ୍ନାରେ ଥିବା ଓଜନ କଣ୍ଟାରୁ ଏକ ବାଉଁଶ ବୋଝେଇ ଟ୍ରାକ୍ଟର ୧୮ ନଂ ଜାତୀୟ ରାଜପଥ ଉପରକୁ ଉଠୁଥିବା ବେଳେ ବାଇକ ଚାଳକ ଜଣକ ଭାରସାମ୍ୟ ହରାଇ ଟ୍ରାକ୍ଟର ସହିତ ଧକ୍କା ହୋଇଥିଲେ । ଘଟଣା ସ୍ଥଳରେ ରକ୍ତାକ୍ତ ଅବସ୍ଥାରେ ପଡି ରହିଥିବା ବେଳେ କିଛି ସ୍ଥାନୀୟ ଯୁବକ ତାଙ୍କୁ ବୈସିଙ୍ଗା ଡାକ୍ତରଖାନାକୁ ନେଇଥିଲେ  ।  ପ୍ରାଥମିକ ଚିକିସôା ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଥିଲା । ତେବେ ଗୁରୁତର ଆହତ ସଞ୍ଜିବଙ୍କ ଚିକିସôା ଚାଲିଥିବା ବେଳେ ଶନିବାର ବିଳମ୍ବିତ ରାତିରେ ମୃତୁ୍ୟ ହୋଇଥିଲା ।