ଦେଓପଦା ଆକ୍ରମଣ ଘଟଣାର କାରଣ ଖୋଜୁଛି ପୁଲିସ
ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ଫାଣ୍ଡି ଅନ୍ତର୍ଗତ ଦେଓପଦା(ମେଘା) ଆକ୍ରମଣ ଘଟଣାରେ ହତ୍ୟା ମାମଲା ଋଜୁ ହୋଇଛି । ନବକିଶୋର ସାହୁଙ୍କ ବଡପୁଅ ସନ୍ତୋଷ ସାହୁଙ୍କ ଅଭିଯୋଗ କ୍ରମେ ଭଣ୍ଡାରିପୋଖରୀ ଥାନାରେ ୧୦୬/୨୫ନଂ ହତ୍ୟା ମାମଲା ବୁଧବାର ଋଜୁ ହୋଇଛି । ବୁଧବାର ସକାଳେ ହୋଇଥିବା ଅଭିଯୋଗ ଅନୁଯାୟୀ ମଙ୍ଗଳବାର ସନ୍ଧ୍ୟାରେ ସନ୍ତୋଷ, ମଝିଆ ଭାଇ ଓ ପିତା ନବକିଶୋର ମଞ୍ଜୁରୀରୋଡ ପୂଜା ସାମଗ୍ରୀ ଦୋକାନରେ ମଙ୍ଗଳବାର ସନ୍ଧ୍ୟାରେ ଥିଲେ ।
ଏହି ସମୟରେ ଘରେ ସନ୍ତୋଷଙ୍କ ଧର୍ମପତ୍ନୀ ଝୁନା, ଭାଇବୋହୂ ସଶ୍ମିତା, ମାଆ କନକଲତା ଓ ସନ୍ତୋଷଙ୍କ ୨ଝିଅ କେବଳ ଥିଲେ । ସନ୍ଧ୍ୟା ୬ ଟା ରୁ ୭ ଟା ମଧ୍ୟରେ ବଳିପୁର ଗ୍ରାମର ଯଡା ନାମକ ବ୍ୟକ୍ତି ସନ୍ତୋଷଙ୍କ ଘରକୁ ଆସି ଛୁରୀ ଦେଖାଇ ଧମକ ଦେଉଥିବା ସମ୍ପର୍କରେ ପନôୀ ଝୁନା ଠାରୁ ସନ୍ତୋଷ ଫୋନ ଯୋଗେ ଖବର ପାଇଥିଲେ । ପନôୀ ସହ କଥା ହେଉଥିବା ସମୟରେ ଝୁନାର ଚିକôାର ଶୁଣିବାକୁ ମିଳିଥିଲା । ଏକଥା ପିତା ନବଙ୍କ ଜଣାଇବାରୁ ସେ ମଧ୍ୟ ଏଭଳି ଫୋନ କଲ ଘରୁ ପାଇଥିବା ପ୍ରକାଶ କରିଥିଲେ । ମଞ୍ଜୁରୀରୋଡରେ ଥିବା ଗ୍ରାମର ୨ ଜଣ ବ୍ୟକ୍ତିଙ୍କୁ ବାଇକରେ ନେଇ ସନ୍ତୋଷ ଘରେ ପହଞ୍ଚô ରକ୍ତରଞ୍ଜିତ ମହିଳାମାନଙ୍କୁ ଦେଖିଥିଲେ । ଭାଇବୋହୂ ସଶ୍ମିତା ଓ ମାଆ କନକଲତା ସନ୍ତୋଷଙ୍କୁ ଦେଖି ଯନ୍ତ୍ରଣାରେ ଚିକôାର କରିଥିଲେ । ଝିଅ ୨ ଜଣ ଗୋଟିଏ ଘରେ କବାଟ ଦେଇ ରହି ଯାଇଥିବାରୁ ସୁରକ୍ଷିତ ଥିଲେ । ଘରପାଖରେ ରୁଣ୍ଡ ହୋଇଥିବା ଲୋକଙ୍କ ସହାୟତାରେ ୩ଜଣ ଆହତଙ୍କୁ ଭଣ୍ଡାରିପୋଖରୀ ମେଡିକାଲକୁ ଚିକିସôା ପାଇଁ ନେଇଥିଲେ । ସେଠାରେ ପନôୀ ଝୁନାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଭାଇବୋହୂ ଓ ମାଆଙ୍କୁ ପ୍ରାଥମିକ ଚିକସôା ପରେ ଭଦ୍ରକ ଓ ପରେ କଟକରେ ସଙ୍କଟାପନ୍ନ ଅବସ୍ଥାରେ ଚିକିସôିତ କରାଯାଉଛି । ଡାକ୍ତରଖାନାକୁ ଆରିବା ବାଟରେ ମାଆ ଠାରୁ ସନ୍ତୋଷ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ । ଘଟଣା ସମୟରେ ଶାଶୁବୋହୂ ୩ଜଣ ଏକାଠି ବସି ଚାହା ପିଉଥିବା ବେଳେ ଆତତାୟୀ ଯଡା ଘର ଭିତରକୁ ପ୍ରବେଶ କରି ବ୍ୟାଗରୁ ଛୁରୀ ବାହାର କରି ଝୁନା ବେକରେ ଲଗାଇଥିଲା ଓ ହାଣି ଚାଲିଥିଲା । ଏହା ପରେ ଭାଇବୋହୂ ସଶ୍ମିତା ଓ ମାଆକୁ ହାଣିଥିଲା । ଏହି ସମୟରେ ବାହାରେ ଅନ୍ୟ ୨ ଜଣ ଅପେକ୍ଷା କରିଥିଲେ ବୋଲି ସନ୍ତୋଷ ଜାଣିବାକୁ ପାଇଥିଲେ । ମାତ୍ର ଆକ୍ରମଣର କାରଣ ସମ୍ପର୍କରେ କିଛି ବି ଉଲ୍ଲେଖ କରାଯାଇ ନାହି କି ପୁଲିସ କିଛି ସୂଚନା ଦେଇପାରି ନାହିଁ । ଘଟଣାରେ ପରେ ଜିଲ୍ଲା ପୁଲିସ ଅତିରିକ୍ତ ଅଧିକ୍ଷକ ଅରୂପ ଅଭିଷେକ ବେହେରା ମଞ୍ଜୁରୀରୋଡ ଫାଣ୍ଡି ଓ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଥିଲେ । ମଙ୍ଗଳବାର ରାତ୍ରରେ ପୁଲିସ ଯଡା ଓରଫ ହେମନ୍ତ ସାହୁ ସମେତ ୪ଜଣଙ୍କୁ ଆଣି ଅଟକ ରଖିଥିଲା । ବୁଧବାର ପୁଲିସ ବୈଜ୍ଞାନିକ ଅନୁସନ୍ଧାନକାରୀ ଦଳ ଘଟଣାସ୍ଥଳରେ ପହଞ୍ଚô ବିଭିନ୍ନ ଦିଗରୁ ପ୍ରମାଣ ସଂଗ୍ରହ କରିଥିଲେ । ମୃତ ବଡବୋହୂର ଶବ ବ୍ୟବଚ୍ଛେଦ ପରେ ବୁଧିାର ଅପରାହ୍ନରେ ଯାଜପୁର ଦଶ୍ୱାସମେଧ ଘାଟ ଶ୍ମଶାନରେ ସକôାର କରାଯାଇଛି । ମୁଖ୍ୟ ଅଭିଯୁକ୍ତ ଯଡା ନବକିଶୋରଙ୍କ ପୂଜା ସାମଗ୍ରୀ ଦୋକାନରେ ପୂର୍ବରୁ କାର୍ଯ୍ୟ କରୁଥିଲା ବୋଲି ସୂଚନା ମିଳିଛି । ଆକ୍ରମଣ ପରେ ସାମଗ୍ରୀ ଚୋରି ହୋଇଥିବା ସମ୍ପର୍କରେ ଏତାଲାରେ ଉଲ୍ଲେଖ କରାଯାଇ ନାହିଁ । ତେଣୁ ଆକ୍ରମଣ କାରଣ ସମ୍ପର୍କରେ ପ୍ରହେଳିକା ସୃଷ୍ଟି ହୋଇଛି । ପୁଲିସ ପକ୍ଷରୁ ଏ ସମ୍ପର୍କରେ ସ୍ପଷ୍ଟ କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦିଆଯାଇଛି ।