ଧମେନ୍ଦ୍ରଙ୍କ ସମ୍ବଲପୁର ଚିଡ଼ିଆଖାନା ପରିଦର୍ଶନ : ସମ୍ବଲପୁର ଚିଡ଼ିଆଖାନା ହେବ ଓଡ଼ିଶାର ଦ୍ୱିତୀୟ ନନ୍ଦନକାନନ

 ସମ୍ବଲପୁର : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଚିଡିଆଖାନା ପରିଦର୍ଶନ କରିବା ସହ ଏହାକୁ ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ଓଡ଼ିଶାର ଦ୍ୱିତୀୟ ନନ୍ଦନକାନନ କରିବା ପାଇଁ ଯୋଜନା କରାଯିବ ବୋଲି କହିଛନ୍ତି  ।  କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମ୍ବଲପୁର ଚିଡିଆଖାନାରେ ଜୀବ ଉଦ୍ୟାନ ଓ ଉଦ୍ଭିଦ ଉଦ୍ୟାନ ବୁଲିବା ସହ ସାଧାରଣ ଲୋକଙ୍କ ସହ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରିଥିଲେ । ସମ୍ବଲପୁର ଚିଡ଼ିଆଖାନାର ବିଭିନ୍ନ ସମସ୍ୟା ଓ ନୂଆ ଜୀବ ଜନ୍ତୁ ଅଣାଯିବା ନେଇ ଚିଡିଆଖାନା ବନ ବିଭାଗ ଓ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ  । ଏ ସମ୍ପର୍କରେ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସମ୍ବଲପୁର ଚିଡିଆଖାନାକୁ ନନ୍ଦନକାନନ ଢଙ୍ଗରେ ନୂଆ ରୂପ ଦେବା ପାଇଁ ଯୋଜନା ପ୍ରସ୍ତୁତ କରାଯିବ । ଏହାକୁ ବଡ କରିବା ସହ ପର୍ଯ୍ୟଟକଙ୍କ ସୁବିଧା ବଢାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯିବ । ସହରରେ ପ୍ରକୃତି ପ୍ରତି ନୂଆପିଢିଙ୍କୁ ଆକୃଷ୍ଟ କରାଇବା ପାଇଁ ଉଦ୍ୟମ କରାଯିବ  । ବିଶ୍ୱ ପରିବେଶ ଦିବସ ଜୁନ ୫ରୁ, ଜୁଲାଇ ଓ ଅଗଷ୍ଟ ମାସ ପର୍ଯ୍ୟନ୍ତ ଗଛ ଲାଗିବ । ଜିଲ୍ଲା ପ୍ରଶାସନ ଓ ବନ ବିଭାଗ ସହ ଏହି ଅଭିଯାନରେ ବହୁ ସାମାଜିକ ସଂଗଠନ, ବୁଦ୍ଧିଜୀବୀ, ମାତୃଶକ୍ତି, ସ୍କୁଲ କଲେଜର ଛାତ୍ରଛାତ୍ରୀମାନେ ସାମିଲ ହେବେ । ଅପରେସନ ସିନ୍ଦୁର ପରାକ୍ରମ ନେଇ ବରୀ ବିଜେପି ପକ୍ଷରୁ ତ୍ରୀରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଅପରେସନ ସିନ୍ଦୁରରେ ଭାରତୀୟ ସେନାର ପରାକ୍ରମ ସମଗ୍ର ଦେଶବାସୀଙ୍କୁ ଗର୍ବିତ କରିଛି । ଭାରତୀୟ ସେନାର ବଳିଦାନକୁ ସମ୍ମାନ ଜଣାଇ ବରୀ ବିଜେପି ପକ୍ଷରୁ ପରାକ୍ରମ ଶୋଭାଯାତ୍ରା ହୋଇଥିଲା । ବିଜେପି ନେତା ଉମେଶ ଚନ୍ଦ୍ର ଜେନାଙ୍କ ସହିତ, ପ୍ରକ୍ତନ୍ ଜିଲ୍ଲା ସଭାପତି ଆଶୁତୋଷ ପରିଡ଼ା, ଅର୍ତ୍ତବନ୍ଧୁ ସାମଲ, ନୀଳମଣି ସାମଲ, ଦିଲ୍ଲୀପ ଦାସ, ରବୀନ୍ଦ୍ର ଜେନା,ଦିଲ୍ଲୀପ ଜେନା, ସୌଭାଗ୍ୟ ଦାସ, ଅଭୟ ପଲାଇ, ବନସ୍ମିତା ପରିଡା, ଓମ୍ ବ୍ରହ୍ମ, ସଂଗ୍ରାମ ପଲାଇ, ପ୍ରଫୁଲ୍ଲ ସାହୁ, ପ୍ରଦୀପ ଦାସ, ବିଦ୍ୟାକରଣ, ରାକେଶ ଦେଓ, ଶ୍ରବଣ ଦାସ, ମୁନା ଜେନା, ସମୀର ରାଉତ, ସୁଶାନ୍ତ ବେହେରାଙ୍କ ସମେତ ଏହି କାର୍ଯ୍ୟକ୍ରମରେ ଶହଶହ ବିଜେପି କାର୍ଯ୍ୟକର୍ତା ସାମିଲଥିଲେ ।