ଧାନମଣ୍ଡି ଉଦ୍ଘାଟିତ
ନିଆଳି: ନିଆଳି ବ୍ଲକ ବିନିଶପୁର ସେବା ସମବାୟ ସମିତିରେ ଧାନ ମଣ୍ଡି ଉଦ୍ଘାଟିତ ହୋଇଯାଇଛି । ଏଥିରେ ନିଆଳି ବିଧାୟକ ଛବି ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ମଣ୍ଡଳ ସଭାପତି ସୁକାନ୍ତ ସାହୁ, ମଣ୍ଡଳ ସଭାପତି ଶ୍ରୀକାନ୍ତ ସାହୁ, ସେକ୍ରେଟାରୀ ସୁନିଲ କୁମାର ରାୟ, ରଶ୍ମିତା ଭୋଇ ପ୍ରମୁଖ ଉପସ୍ଥିତ ରହିଥିଲେ । ଧାନର ମାନ ପରୀକ୍ଷା କରିବା ପାଇଁ ଆର୍ଏମସି ପକ୍ଷରୁ ଶାନ୍ତନୁ ସ୍ୱାଇଁ ଉପସ୍ଥିତ ରହିଥିଲେ । ପ୍ରଥମ ଦିନରେ ୧୭ ଜଣ ଚାଷୀ ଅଭୟ କୁମାର ରାୟ, ବସନ୍ତ କୁମାର ରାୟ, ବିପିନ ବେହେରା, ବିପିନ ପାଣି , ବିଶ୍ୱଜିତ୍, ବୃନ୍ଦାବନ ସ୍ୱାଇଁ, ଲକ୍ଷ୍ମୀ ପ୍ରିୟା ସାହୁ, ନାରାୟଣ ସ୍ୱାଇଁ, ରମେଶ ଚନ୍ଦ୍ର ରାୟ, ପ୍ରଭୁ ପ୍ରସାଦ ଲେଙ୍କା, ରବୀନ୍ଦ୍ର ନାୟକ, ରଞ୍ଜନ କୁମାର ରାଉତ, ସୁମନ୍ତ କୁମାର ପରିଡ଼ା, ସୁବାସ ବିଶ୍ୱାଳ, ବିଜୟ କୁମାର ରାୟ, ପ୍ରେମାନନ୍ଦ ରାଉତ, ପ୍ରଦୀପ୍ତ ରଞ୍ଜନ ରାଉତଙ୍କ ଠାରୁ ୭୩୭ କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇଛି ।