ଧାରଣାରେ ୫୦୦ ଚାଳକ


ସାରସକଣା: ମୟୁରଭଞ୍ଜ ଜିଲ୍ଲାରେ ଡ୍ରାଇଭର ସଂଘ ଆନେ୍ଦାଳନର ପ୍ରଭାବ ସ୍ୱରୂପ ଜିଲ୍ଲାର ୧୦ ହଜାରରୁ ଊଦ୍ଧ୍ୱର୍ ଡ୍ରାଇଭର କାର୍ଯ୍ୟ ଛାଡି ଆନ୍ଦାଳନ ଚଳାଇଛନ୍ତି । ଏଥିଯୋଗୁ ତିନିଦିନ ଧରି ରାସ୍ତା କଡ଼ରେ ଆନେ୍ଦାଳନ ଜାରି ରହିଥିଲେ ସୁଦ୍ଧା ଏଥିରେ କୌଣସି ନିଷ୍କର୍ସ ନ ବାହାରିବାରୁ ସାଧାରଣ ଜନଜୀବନ ବ୍ୟାହତ ହେବାରେ ଲାଗିଛି । ବର୍ଷାକୁ ଖାତିର ନ କରି ରାସ୍ତା କଡ଼ରେ ବସିଥିବା ଡ୍ରାଇଭରଙ୍କ କଥା କେବେ ସରକାରଙ୍କ ପାଖରେ ପହଞ୍ଚୁଛି ତାହା ଏବେ ସାଧାରଣରେ ବଡ଼ ପ୍ରଶ୍ନ । ମୟୂରଭଞ୍ଜ ସମେତ ଝାଡ଼ଖଣ୍ଡ, ଓଡ଼ିଶା ଓ ପଶ୍ଚିମବଙ୍ଗ ସୀମା ସ୍ଥିତ ଜାମଶଳା ନିକଟରେ ସାରସକଣା, କୁଳିଅଣା, ବାଙ୍ଗିରିପୋଷି ବ୍ଲକ୍ର ୫୦୦ ଡ୍ରାଇଭର ପର୍ଯ୍ୟାୟ କ୍ରମେ ଧାରଣାରେ ବସିଛନ୍ତି ।