ନବରାତ୍ର ନାମଯଜ୍ଞ ଉଦ୍ୟାପିତ
ପାରାଦୀପ : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ "ରାଧା କୃଷ୍ଣ ସାଂସ୍କୃତିକ ପରିଷଦ’ ପାରାଦୀପ ପକ୍ଷରୁ ପବିତ୍ର ରଥ ଯାତ୍ରା ଅବସରରେ ମଧୁବନସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ପାର୍ଶ୍ୱ ରାଧାକୃଷ୍ଣ ମଣ୍ଡପ ଠାରେ ଅନୁଷ୍ଠିତ ୪୬ତମ ବାର୍ଷିକ ନବ ରାତ୍ର ନାମ ମହାଯଜ୍ଞ ରବିବାର ଉଦଯାପିତ ହୋଇଯାଇଛି । ୧୧ଦିନ ଧରି ଅନୁଷ୍ଠିତ ଏହି ନାମ ମହାଯଜ୍ଞରେ ଜଗତସିଂହପୁର ଜିଲ୍ଲା ସମେତ କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଆଦି ଜିଲ୍ଲାର ସଙ୍କୀର୍ତ୍ତନ ମଣ୍ଡଳୀ ଅଂଶଗ୍ରହଣ କରିଥିଲେ । ବାବାଜୀ ଚରଣ ରାଉତଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ନାମ ଯଜ୍ଞରେ ଦାଶରଥି ଜେନା କର୍ତ୍ତା ଭୂମିକା ନିଭାଇଥିବା ବେଳେ ମୁଖ୍ୟ ପୂଜକ ଭୂମିକା ନିଭାଇ ଥିଲେ ଅଭୟ କୁମାର ଶତପଥୀ । ୧୧ ଦିନ ଧରି ଅନୁଷ୍ଠିତ ଏହି ଧାର୍ମିକ କାର୍ଯ୍ୟକ୍ରମକୁ କେଳୁଚରଣ ସ୍ୱାଇଁ, ଯୁଧିଷ୍ଠିର ପରିଡ଼ା, ବ୍ରଜକିଶୋର ପାଢ଼ୀ, କେଳୁଚରଣ ପରିଡ଼ା, ମନୋଜ ସାହୁ, ରଞ୍ଜନ ଭୂୟାଁ, ପ୍ରଶାନ୍ତ କୁମାର ମହାରଣା, ସ୍ମୃତି ରଞ୍ଜନ ମହାନ୍ତି, ବିଦ୍ୟାଧର ସ୍ୱାଇଁ, ରଶ୍ମି ରଂଜନ ସ୍ୱାଇଁ, ଅନିଲ କୁମାର ସେନାପତି, ସନ୍ତୋଷ ସାହୁ, ନିର୍ମଳ ବେହେରା, ଧନେଶ୍ୱର ସାହୁ, ଅନିଲ ଆଚାର୍ଯ୍ୟ, ଗୋବିନ୍ଦ ଚନ୍ଦ୍ର ମିଶ୍ର, ବାବାଜୀ ପାତ୍ରଙ୍କ ସମେତ ପରିଷଦର କର୍ମକର୍ତ୍ତା ଓ ସମସ୍ତ ସଦସ୍ୟ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ ।