ନବୀନ ପଟ୍ଟନାୟକଙ୍କ ରୋଡ ଶୋ ପାଇଁ ଟ୍ରାଫିକ୍‌ କଟକଣା

ନବୀନ ପଟ୍ଟନାୟକଙ୍କ ରୋଡ ଶୋ ପାଇଁ ଟ୍ରାଫିକ୍‌ କଟକଣା


 ଭୁବନେଶ୍ୱର, ୨୧ା୫ : ରାଜ୍ୟରେ ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନିଜ ନିଜ କର୍ମୀମାନଙ୍କୁ ନେଇ ନେତାମାନେ ଘମାଘୋଟ ପ୍ରଚାର କରୁଛନ୍ତି । ଆସନ୍ତା ୨୫ ତାରିଖ ଦିନ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ  । ତୃତୀୟ ପର୍ଯ୍ୟାୟ ନିର୍ବାଚନ ବିଶେଷ କରି ଖୋର୍ଦ୍ଧା, ଭୁବନେଶ୍ୱର, କଟକ, ନୟାଗଡ, ପୁରୀ ଆଦି ବଡ ବଡ ଜିଲ୍ଳା ଥିବାରୁ ହେଭିୱାଟ ନେତାମାନଙ୍କ ପ୍ରଚାର ଜୋରଦାର ଚାଲିଛି  । ଭୁବନେଶ୍ୱରରେ ରୋଡ ଶୋ’ କରି  ଭୋଟରଙ୍କୁ ନିଜ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ରାଜଧାନୀର ବିଭିନ୍ନ ସ୍ଥାନରେ ରୋଡ ଶୋ’ କରିବେ । ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ’ ଅପରାହ୍ନ ୫ଟାରୁ ଆରମ୍ଭ ହେବ  । ମୁଖ୍ୟମନ୍ତ୍ରୀ ପ୍ରଥମେ ରେଣ୍ଟାଲ କଲୋନୀ ଦେଇ ଓମଫେଡଛକ, ସାଲିଆସାହି, ମେ ଫେୟାର,ବିଜୁ ପଟ୍ଟନାୟକ ଷ୍ଟାଚୁ୍ୟ, ଜାଭିଅର ଛକ, ବିଡିଏ ସାଇମନ୍ଦିର, ଚନ୍ଦ୍ରଶେଖରପୁର ପଟ୍ରୋଲ ପମ୍ପ, ଡମଣା ମ୍ୟାକ୍ସ ଶୋରୁମ ହୋଇ ପଟିଆ ଛକ ପର୍ଯ୍ୟନ୍ତ ଏକ ରୋଡ ଶୋ’ରେ ଯୋଗଦେବେ  । ରୋଡ ଶୋ ସରିବା ପର୍ଯ୍ୟନ୍ତ କୌଣସି ପ୍ରକାରର ଯାନବାହନ ସିଆରପିଛକଠାରୁ ରେଣ୍ଟାଲ ଓମଫେଡ ଛକ ଆଡକୁ ଯାଇପାରିବେ ନାହିଁ । ସଂନ୍ଧ୍ୟା ୬ଟା ୩୦ମିନିଟ୍‌ ଠାରୁ ରୋଡ ସୋ ସରିବା ପର୍ଯ୍ୟନ୍ତ ଜୟଦେବ ବିହାର ଚକଠାରୁ ବିଜୁ ପଟ୍ଟନାୟକ କଲେଜ ଆଡକୁ କୌଣସି ପ୍ରକାରର ଯାନବାହନ ଯାଇପାରିବେ ନାହିଁ  । ଜୟଦେ ବିହାର ଛକଠାରୁ ଡାହାଣ ପାଶ୍ୱର୍ ରାସ୍ତା ଦେଇ ଜାଭିଅର ଛକ ପର୍ଯ୍ୟନ୍ତ ଆସି ସେହିଠାରୁ ବାମ ପାଶ୍ୱର୍ ସମାନ୍ତରାଳୟ ରାସ୍ତା ଦେଇ ଯାଇପାରିବେ  । ନନ୍ଦନକାନନ ରାସ୍ତା ଦେଇ ଜୟଦେବ ବିହାର ଛକ ଆଡକୁ ଆସୁଥିବା ଆମ୍ବୁଲାନ୍ସ ଗାଡି ଗୁଡିକର ଡାହାଣ ପାଶ୍ୱର୍ ରାସ୍ତା ଦେଇ ଡମଣା ଛକ ପର୍ଯ୍ୟନ୍ତ ଆସି ସେିହଠାରୁ ଡାହାଣ ପାଶ୍ୱର୍ ସାମନ୍ତରାଳୟ ରାସ୍ତା ଦେଇ ଯାଇପାରିବେ  । ଉକ୍ତ ରାସ୍ତାକୁ ସଂଯୋଗ କରୁଥିବା ସମୟ ଗଳି ରାସ୍ତାକୁ କୌଣସି ପ୍ରକାରର ଯାନବାହାନ ଉପର ଲିଖିତ ତାରିଖ ଓ ସମୟରେ ସେହି ରାସ୍ତାକୁ ଯିବାକୁ ଦିଆଯିବ ନାହିଁ  ।