ନବ ନିଯୁକ୍ତ ପିସିସି ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ନୂଆପଡା: ନବ ନିଯୁକ୍ତ କଂଗ୍ରେସ ପିସିସି ସଭାପତି ଭକ୍ତ ଚରଣ ଦାସ ପ୍ରଥମ କରି ନୂଆପଡା ଜିଲ୍ଲା ଗସ୍ତରେ ଆସିଥିଲେ । ଆସନ୍ତା ୧୮ ତାରିଖ ଦିନ ଭୁବନେଶ୍ୱରରୁ ପୁରୀକୁ ପଦଯାତ୍ରା କରିବେ ବୋଲି କହିଛନ୍ତି । ଆଜି ଦିଲ୍ଲି ଗସ୍ତ ଅବସରରେ ପିସିସି ସଭାପତି ଭକ୍ତ ଚରଣ ଦାସ ନୂଆପଡା ଜିଲ୍ଲାକୁ ଆସିଥିଲେ । ଖଡିଆଳ ଥାନା ଛକ ଠାରେ କଂଗ୍ରେସ ଦଳ ତରଫରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । କଂଗ୍ରେସ ବିଧାୟକ ପ୍ରାର୍ଥି କମଲ ଚରଣ ତାଣ୍ଡିଙ୍କ ନେତÿତ୍ୱରେ ଶହ ଶହ କଂଗ୍ରେସ କର୍ମି ଓ ନେତା ମାନେ ଥାନା ଛକ ଠାରେ ଏକତ୍ରିତ ହୋଇ ଭକ୍ତ ଦାସଙ୍କୁ ବାଜା ବାଣ ଫୁଟାଇ ସ୍ୱାଗତ କରିଥିଲେ । ଏହା ପରେ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ ସାକ୍ଷାତକାର ରେ ପିସିସି ସଭାପତି ଭକ୍ତ ଚରଣ ଦାସ ଆସନ୍ତା ୧୮ ତାରିଖ ଦିନ ଦିଲ୍ଲିରୁ ଭୁବନେଶ୍ୱର ଆସୁଛନ୍ତି । ୧୮ ତାରିଖ ଦିନ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ସଂକଲ୍ପ ପଦଯାତ୍ରା ୬୪ କିମି ଦୁଇ ଦିନ ଦୁଇ ରାତ୍ରି ହେବ ପୁରୀ ପହଁଞ୍ଚôବା ପରେ ମହାପ୍ରଭୁ ଜଗନ୍ନାଥଙ୍କ ଆଶିର୍ବାଦ ଭିକ୍ଷା କରିବେ । ଏହି ଅବସରରେ ବିଭିନ୍ନ ସ୍ଥାନରେ ଜନ ସମ୍ପର୍କ କରିବେ,କଂଗ୍ରେସ ଦଳ ଲୋକ ଙ୍କ ସମସ୍ୟା ଦୁର କରିବା ପାଇଁ ଗାଁ ଗାଁକୁ ଲୋକଙ୍କ ଘରେ ଘରେ ପହଞ୍ଚôବେ ଓ କଂଗ୍ରେସ ଦଳକୁ ତୃଣମୂଳ ସ୍ତରରେ ମଜଭୁତ କରାଯିବ ବୋଲି କହିଛନ୍ତି । ଏହା ବ୍ୟତିତ ଆସନ୍ତା ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଦଳର ସ୍ଥିତି ଭଳ ରହିବ ବୋଲି ପିସିସି ସଭାପତି କହିଛନ୍ତି ।