ନବ ନିର୍ବାଚିତ ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ଚମ୍ପୁଆ: ଗତ ୨ ତାରିଖ ଦିନ ବିଜେପି ପକ୍ଷରୁ ଚମ୍ପୁଆ ମଣ୍ଡଳ, କରିଆ ମଣ୍ଡଳ ଓ ଗ୍ରାମୀଣ ମଣ୍ଡଳ ସଭାପତି ଘୋଷଣା ପରେ ଆଜି ଚମ୍ପୁଆ ପ୍ରେସ କ୍ଲବ ସଭାଗୃହଠାରେ ନବ ନିର୍ବାଚିତ ସଭାପତି ଓ ବୁଥ ସଭାପତି ମାନଙ୍କୁ ଦଳ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ପୂର୍ବରୁ ଥିବା ଚମ୍ପୁଆ ମଣ୍ଡଳ ସଭାପତି ରାଜେଶ ଆଚାର୍ଯ୍ୟ ଚମ୍ପୁଆ ମଣ୍ଡଳ ପକ୍ଷରୁ ଜିଲ୍ଲାକୁ ପ୍ରତିନିଧିତ୍ୱ କରିବାକୁ ଥିବା ବେଳେ ଝରଣା ମହାନ୍ତ ଚମ୍ପୁଆ ନିର୍ବାଚନି ମଣ୍ଡଳୀ ପକ୍ଷରୁ ରାଜ୍ୟକୁ ପ୍ରତିନିଧିତ୍ୱ କରିବେ । ସେହିପରି ଚମ୍ପୁଆ ମଣ୍ଡଳ ସଭାପତି ଭାବେ କାର୍ତିକ ସାହୁ(ମଂଟୁ), ବି କରିଆ ମଣ୍ଡଳ ସଭାପତି ଭାବେ ଇନ୍ଦ୍ରଜିତ ମହାନ୍ତ ଓ ଗ୍ରାମୀଣ ମଣ୍ଡଳ ସଭାପତି ଭାବେ ପଙ୍କଜ ମହାନ୍ତ ସମେତ ବୁଥ ସଭାପତି ଭାବେ ରତ୍ନାକର ଦାସ, ଏମ.ଡି ସଦାମ, ଧିରଜ ରାମ, ଶ୍ୱାସତ ଗୋପ ଓ ତପନ ଉଗ୍ରସାଣ୍ଢିଙ୍କୁ ଦଳ ପକ୍ଷରୁ ପୁଷ୍ପ ଗୁଚ୍ଛ ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ନଗର ମଣ୍ଡଳ ସମ୍ପାଦକ ସୟ କୁମାର ଗିରିଙ୍କ ଦ୍ୱାରା ପରିଚାଳିତ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମନୋଜ ସାହୁ, ହେମନ୍ତ ମହାନ୍ତ, ସନ୍ତୋଷ ମହାନ୍ତ, ଅଭିନାଶ ମିଶ୍ର, ସନ୍ତୋଷ ସାହୁ, ମହତାବ ଆଲାମ, ରମେଶ ଗିରି, ମମତା ରାଉତ, ସଚିନ ଦାସ ପ୍ରମୁଖ ଆଗ ଧାଡିର ବିଜେପି କର୍ମୀ ଉପସ୍ଥିତ ରହିଥିଲେ ।