ନଳିନୀକାନ୍ତ ମହାନ୍ତିଙ୍କ ଶ୍ରାଦ୍ଧବାର୍ଷିକୀ
ରାଜନଗର : ରାଜନଗର ବ୍ଲକ ସାନବଡଗୋପାଳପୁର ପଞ୍ଚାୟତ ତ୍ରିନାଥ ବଜାର ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିସରରେ ପ୍ରାକ୍ତନ ବିଧାୟକ ତଥା ମନ୍ତ୍ରୀ ସ୍ୱର୍ଗତ ନଳିନୀକାନ୍ତ ମହାନ୍ତିଙ୍କ ତ୍ରୟୋଦଶତମ ଶ୍ରାଦ୍ଧବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । କଥାକାର ପ୍ରଦୀପ ନାୟକଙ୍କ ସଂଯୋଜନା ଏବଂ ନଳିନୀକାନ୍ତ ମହାନ୍ତି ସ୍ମୃତି କମିଟି ଆନୁକୂଲ୍ୟରେ ଶ୍ରଦ୍ଧାଞ୍ଜଳୀ ସଭା ସହ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ବିଧାୟକ ଧୃବ ସାହୁ, ବିଧାୟକ ଅରବିନ୍ଦ ମହାପାତ୍ର, ପ୍ରାକ୍ତନ ବିଧାୟକ ତଥା ନଳିନୀବାବୁଙ୍କ ସୁପୁତ୍ର ଅଂଶୁମାନ ମହାନ୍ତି, ପଟ୍ଟାମୁଣ୍ଡାଇ ପୌରପାଳିକା ଅଧ୍ୟକ୍ଷ ହେମନ୍ତ ସାହୁ, ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର ପ୍ରମୁଖ ଯୋଗଦେଇ ସ୍ୱର୍ଗତ ନଳିନୀ କାନ୍ତଙ୍କ ବହୁମୁଖୀ ପ୍ରତିଭା ସଂପର୍କରେ ଆଲୋକପାତ କରିଥିଲେ । ଓଡିଶାର ଉନ୍ନତିରେ ତାଙ୍କର ଅବଦାନ ଚିରସ୍ମରଣୀୟ ହୋଇ ରହିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ଅତିଥିମାନେ ନଳିନୀବାବୁ ଓ ବିଜୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ । ଜିଲ୍ଲା ପରିଷଦ ସଭ୍ୟ ସୁରେନ୍ଦ୍ର ପ୍ରସାଦ ରାଉତ ଅତିଥି ପରିଚୟ ପ୍ରଦାନ କରିବା ସହ ରାଜନଗରର ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଏହି ଅବସରରେ ଡ. ରଶ୍ମିରଞ୍ଜନ ମହାନ୍ତି, ନୃସିଂହଚରଣ ଆଚାର୍ଯ୍ୟ, ବଳରାମ ସିହଂ, ଶରତଚନ୍ଦ୍ର ମହାପାତ୍ର, ବୈ÷କୁଣ୍ଠନାଥ ବିଶ୍ୱାଳ, ବିରଞ୍ଚି ନାରାୟଣ ଜେନା, ଅଭୟ ବାବା, ବୈ÷କୁଣ୍ଠନାଥ ନାୟକ, ପ୍ରଫୁଲ୍ଲ ମିଶ୍ର, ପଦ୍ମନାଭ ଦାସ, ଗୌରାଙ୍ଗ ଚରଣ ସ୍ୱାଇଁ, ମହେଶ୍ୱର ବଳ, ଉପେନ୍ଦ୍ରନାଥ ସ୍ୱାଇଁ, କାହ୍ନୁଚରଣ ଚଣ୍ଡ, ପଶୁପତି ଜେନା, ଅଜିତ ସିଂ, ବିଶ୍ୱନାଥ ରାଉତ, ନାରାୟଣ ସୂତାର, ଦାଶରଥୀ ଲେଙ୍କା, ଶଙ୍କର୍ଷଣ ମିଶ୍ର, ରତ୍ନାକର ବିଶ୍ୱାଳ, ଅତୁଲ ବଳ ଓ କଳ୍ପତରୁ ପରିଡା ପ୍ରମୁଖଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା ।