ମୋଦିଙ୍କ ଦ୍ୱାରା ଜିଲ୍ଲାପାଳ ପୁରସ୍କୃତ 

 ଜୟପୁର : ସାଧାରଣ ପ୍ରଶାସନରେ ଉକôର୍ଷତା ପାଇଁ ପ୍ରଧାନମନ୍ତ୍ରୀ ପୁରସ୍କାର ପାଇଲେ କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ । ସାମଗ୍ରୀକ ବିକାଶ ପାଇଁ  କୋରାପୁଟ ଜିଲ୍ଲା ପୁରସ୍କାର ପାଇଛୋନ୍ତି  ଦିଲ୍ଲୀ ଠାରେ ଆୟୋଜିତ ଉସôବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଜିଲ୍ଲାପାଳ ଭି କୀର୍ଭି ୱାସନ ପୁରସ୍କାର ଗ୍ରହଣ କରିଥିଲେ । କେନ୍ଦ୍ର ସରକାରଙ୍କ ଯୋଜନା ଗୁଡ଼ିକର ରୂପାୟନ ସମ୍ପର୍କରେ ଆକଳନ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଅଧିକାରୀ ମାନେ କୋରାପୁଟ ଜିଲ୍ଲା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ମାତୃ ବନ୍ଦନ ଯୋଜନା, ସକ୍ଷମ ଅଙ୍ଗନବାଡି ଓ ପୋଷଣ, ପିଏମ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନା ପିଏମ ବିଶ୍ୱକର୍ମା, କିଷାନ କାର୍ଡ , ମିଶନ ଟୀକାକରଣ,ପିଏମ ଜନ ଆରୋଗ୍ୟ ଯୋଜନା, ହରଘର ଜଳ ଜଳ ଜୀବନ ମିଶନ, ପ୍ରଧାନମନ୍ତ୍ରୀ ସହର ଓ ଗ୍ରାମୀଣ ଆବାସ ଯୋଜନା ଭଳି ସମସ୍ତ ଯୋଜନା ସୁଚାରୁ ରୂପେ କାର୍ଯ୍ୟକାରି କରିଥିବା ସହ ସାଧାରଣ ଜନତା ଓ ପ୍ରଶାସନର ସହଭାଗିତାରେ ନିଜ ଦକ୍ଷତା ପ୍ରତିପାଦନ କରି ଦେଶରେ ଶ୍ରେଷ୍ଠ ଜିଲ୍ଲାପାଳ ଭାବେ ମନୋନୀତ ହୋଇଥିଲେ । ଏଥି ପାଇଁ ଭାରତ ବର୍ଷର ସମସ୍ତ ଜିଲ୍ଲାକୁ ନେଇ ଆକଳନ କରାଯାଇଥିଲା ସେଥି ମଧ୍ୟରୁ ଶ୍ରେଷ୍ଠ ପାଞ୍ଚଟି ଜିଲ୍ଲାକୁ ଚୟନ କରାଯାଇଥିବା ବେଳେ କୋରାପୁଟ ଜିଲ୍ଲା ଶ୍ରେଷ୍ଠ ବିବେଚିତ ହୋଇଥିଲା । ଏଥି ନିମନ୍ତେ କୋରାପୁଟ ଜିଲ୍ଲାବାସୀ, ହିତାଧିକାରୀ ଏବଂ ଜିଲ୍ଲାର ସରକାରୀ ଅଧୂକାରୀ ମାନଙ୍କ ସମ୍ପୂର୍ଣ ସହଯୋଗ ରୋହିଥିବା ଯୋଗୁଁ ଏହା ସମ୍ବବ ହୋଇଛି ।