ନାଗରିକ ମଞ୍ଚ ପକ୍ଷରୁ କିଟ୍ ବିରୋଧରେ ହେଉଥିବା ଅପପ୍ରଚାରକୁ ଦୃଢ ନିନ୍ଦା
କେନ୍ଦ୍ରାପଡା : ବିଶ୍ୱବିଖ୍ୟାତ କିଟ ବିଶ୍ୱବିଦ୍ୟାଳୟରେ ନିକଟ ଅତୀତରେ ଜନୈକା ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟାକୁ କେନ୍ଦ୍ରକରି ଉଦେ୍ଧଶ୍ୟ ପ୍ରଣୋଦିତ ଭାବେ କିଛି ନିର୍ଦ୍ଦିଷ୍ଟ ସଂସ୍ଥା, ବ୍ୟକ୍ତିବିଶେଷ ଓ ବେସରକାରୀ ସଂଗଠନମାନଙ୍କ ପ୍ରୋସôାହନରେ ପ୍ରସାର କରାଯାଉଥିବା ମିଥ୍ୟା ପ୍ରଚାର ବିରୁଦ୍ଧରେ କେନ୍ଦ୍ରାପଡ଼ା ଜିଲ୍ଲା ନାଗରିକ ମଞ୍ଚ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି । ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବୁଦ୍ଧିଜୀବୀମାନେ ଉପସ୍ଥିତ ରହି ନିମ୍ନଲିଖୁତ ବିବୃତ୍ତି ପ୍ରଦାନ କରିଛନ୍ତି । ଆବାହକ ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଡ଼ଃ ଅଜୟ କୁମାର ଜେନାଙ୍କ ସମେତ ପ୍ରଫେସର ଦିଲିପ କୁମାର ମିଶ୍ର, ପ୍ରଫେସର ନନ୍ଦ କିଶୋର ପରିଡା, ଡ଼ଃ ଉପେନ୍ଦ୍ର ପ୍ରଧାନ, ଜିଲ୍ଲା ଓକିଲ ସଂଘ ସଭାପତି ଧୃବଚରଣ ଜେନା, ସାହିତ୍ୟ ଏକାଡେମୀର ସଦସ୍ୟ ସରୋଜ କୁମାର ମହାନ୍ତି, ଅର୍ବାନ ବ୍ୟାଙ୍କର ପୂର୍ବତନ ସିଇଓ ସୁଶିଲ କୁମାର ସାମଲ, ସାମାଜିକ କବି କେଦାର ସାମନ୍ତରାୟ, ପ୍ରଫେସର ଅଜୟ କୁମାର ସାମଲ ପ୍ରମୁଖ ବକ୍ତବ୍ୟ ରଖି କରାଯାଉ ଥିବା ଅପପ୍ରଚାରକୁ ଓ ଅଚୁ୍ୟତ ସାମନ୍ତଙ୍କ ବ୍ୟକ୍ତିଗତ ସମାଲୋଚନାକୁ ଦୃଢ ନିନ୍ଦା କରିଥିଲେ । କିଟ ପରିସରରେ ଛାତ୍ରୀ ଆତ୍ମହତ୍ୟା ଭଳି ଦୁଃଖଦ ଘଟଣା ପାଇଁ ଦୁଃଖ ତଥା ସମ୍ପୃକ୍ତ ପରିବାର ପ୍ରତି ଗଭୀର ଶୋକ ଓ ସମବେଦନା ଜ୍ଞାପନ କରୁଛୁ । ଘଟଣାକୁ କେନ୍ଦ୍ରକରି କିଟର କିଛି ନିର୍ଦ୍ଦିଷ୍ଟ ଓ ମୁଷ୍ଟିମେୟ ଅଧିକାରୀ ତଥା ନିରାପତ୍ତା ଦାୟିତ୍ୱରେ ଥିବା କର୍ମଚାରୀଙ୍କ ନେପାଳୀ ଛାତ୍ରଛାତ୍ରୀମାନଙ୍କ ବିରୁଦ୍ଧରେ ଦାୟିତ୍ୱହୀନ ଓ ଅଶୋଭନୀୟ ଆଚରଣର ଦୃଢ ନିନ୍ଦା କରୁଛୁ । କିଟର ପ୍ରତିଷ୍ଠାତା ଡଃ ଅଚୁ୍ୟତ ସାମନ୍ତଙ୍କ ନେତୃତ୍ୱରେ ଗଢି ଉଠିଥିବା କିଟ ଭଳି ବିଶ୍ୱବିଦ୍ୟାଳୟ ବିରୁଦ୍ଧରେ କିଛି ମୁଷ୍ଟିମେୟ ବ୍ୟକ୍ତିବିଶେଷ, ବେସରକାରୀ ସଂଗଠନମାନଙ୍କ ପ୍ରତ୍ୟକ୍ଷ ତଥା ପରୋକ୍ଷ ପ୍ରରୋଚନାରେ ପ୍ରଚାରିତ ଓ ପ୍ରସାରିତ ହେଉଥିବା ଭିତ୍ତିହୀନ, କପୋଳକଳ୍ପିତ ମିଥ୍ୟା ମିଥ୍ୟା ପରିବେଷଣକୁ ତୀବ୍ର ନିନ୍ଦା କରୁଛୁ କେନ୍ଦ୍ରାପଡ଼ା ଜିଲ୍ଲା ନାଗରିକ ମଞ୍ଚ । କିଟ ଓ କିସ୍ ବିଶ୍ୱବିଦ୍ୟାଳୟ ପରିସରରେ ଶାନ୍ତ ଓ ଶିକ୍ଷା ଅନୁକୂଳ ବାତାବରଣ ଫେରାଇ ଆଣିବା ପାଇଁ ଓଡିଶା ସରକାରଙ୍କୁ ନିବେଦନ କରୁଛୁ । ଆନ୍ତର୍ଜାତିକ ସ୍ତରରେ ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ନ୍ୟାୟ ଓ ସାମାଜିକ ସମାନତା ପତିଷ୍ଠା କରିବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା କିଟ ଓ କିସ୍ ଭଳି ଅନୁଷ୍ଠାନକୁ ତଥା ଏହାର ପ୍ରତିଷ୍ଠାତାଙ୍କୁ ଅଯଥା ବଦନାମ କରିବାପାଇଁ ହେଉଥିବା ହୀନ ଉଦ୍ୟମକୁ ତୀବ୍ର ବିରୋଧ କରୁଛୁ । କେନ୍ଦ୍ରାପଡ଼ା ଜିଲ୍ଲା ନାଗରିକ ମଞ୍ଚ ଓ କିସ୍ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ୩୦ ହଜାରରୁ ଉର୍ଦ୍ଧ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଓ ସଚେତନତା ମାଧ୍ୟମରେ କୁସଂସ୍କାର ତଥା ଦ୍ରାରିଦ୍ର୍ୟରୁ ମୁକ୍ତି ପ୍ରଦାନ କରି ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାପାଇଁ ଡ଼କ୍ଟର ଅଚୁ୍ୟତ ସାମନ୍ତଙ୍କ ନିରବଛିନ୍ନ ଉଦ୍ୟମକୁ ପ୍ରଶଂସା କରୁଛୁ । ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ କରି ଏହି ସମସ୍ୟାର ସମାଧାନ କରିବା ସହ ଓଡିଆ ଅସ୍ମିତା ଓ ଅନୁଷ୍ଠାନର ଭବିଷ୍ୟତ ଓ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତର ସୁରକ୍ଷା କରନ୍ତୁ ବୋଲି ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ।