ନାଟ୍ୟ ଉସବ ଉଦଘାଟିତ
ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକ କୋରିଗାଁ ମହାଦେବ ବାଡି ଠାରେ କୁରେଙ୍ଗେଶ୍ୱର ଯୁବ ନାଟ୍ୟ ପରିଷଦର ୫୨ ତମ ନାଟ୍ୟ ଉସôବ ଅନୁଷ୍ଠିତ ହୋଇଯାଇଛି । ଖବରଦାତା ଦୁର୍ଯେ୍ୟାଧନ ଲେଙ୍କାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗ ଦେଇ ସମସ୍ତ କଳାକାର ମାନଙ୍କୁ ଉସôାହିତ କରିଥିଲେ । ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସାଧନାଞ୍ଜଳୀ ମହାପାତ୍ର, ବରିଷ୍ଠ ନାଗରିକ ରମେଶ ଚନ୍ଦ୍ର ପଣ୍ଡା, ନାଟ୍ୟ ନିଦେ୍ର୍ଦଶକ ପ୍ରଶାନ୍ତ କୁମାର ଭଞ୍ଜ, ଅନୁଷ୍ଠାନର ସଦସ୍ୟ ଭରତ ଚନ୍ଦ୍ର ବାରିକ, ଶୁଶାନ୍ତ କୁମାର ପାତ୍ର, ଭାଷ୍କର ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ନାଟକ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଦୁଇଟି ନାଟକର ନିଦେ୍ର୍ଦଶନା ଦେଇଥିବା ନାଟ୍ୟ ନିଦେ୍ର୍ଦଶକ ବିନାୟକ ସାମଲଙ୍କୁ ମୁଖ୍ୟ ଅତିଥି ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ନାଟ୍ୟ ସଂସଦ ପକ୍ଷରୁ ହା କୃଷ୍ଣ ବୋଲି ଯାଉ ଜୀବ ଓ ଲୁହରେ ଲେଖିଛି ନୂଆ କାହାଣୀ ମଞ୍ଚସ୍ଥ ହୋଇଥିଲା । ଏଥିରେ ଗ୍ରାମ୍ୟ କଳାକାର ବିଶ୍ୱଜିତ ସାମଲ, ହୃଷିକେଶ ନାୟକ, ପ୍ରଫୁଲ୍ଲ ବେହେରା, ରଞ୍ଜନ ଦାସ,ସଦାନନ୍ଦ ଆଇଚ, ରଞ୍ଜିତ ଦାସ, ନାରାୟଣ ଚନ୍ଦ୍ର ଦାସ, ଚନ୍ଦନ ବେହେରା, ଶୁକଦେବ ଚନ୍ଦ, ଦିଲ୍ଲିପ ସାହୁ, ସଦାନନ୍ଦ ସେଠୀ, ଦିଲ୍ଲିପ ପଲେଇ ପ୍ରମୁଖ ନିଖୁଣ ଅଭିନୟ କରିଥିଲେ ।