ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଇ କୁକର୍ମ ; ଅଭିଯୁକ୍ତ ଗିରଫ
ଭୁବନେଶ୍ୱର, ୧୭ା୫ : ଛୋଟ ବେଳରୁ ପରିଚିତ ଥିବା ଜଣେ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ୧୮ ବର୍ଷ ପରେ ବିବାହର ପ୍ରଲୋଭନ ଦେଇ କୁକର୍ମ, ପରେ ଧୋକା ଦେଇଥିଲା ଅଭିଯୁକ୍ତ । ଅଭିଯୁକ୍ତ ନାବାଳିକାଙ୍କୁ ବୟସ ହେବା ପରେ ବିବାହ କରିବାକୁ କହିଥିବା ବେଳେ ପରବର୍ତ୍ତି ସମୟରେ ତାଙ୍କୁ ବାହା ହେବାକୁ ମନା କରିବା ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରିଛି ମହିଳା ଥାନା ପୁଲିସ । ଗିରଫ ଅଭିଯୁକ୍ତ ହେଲା, ନୟାପଲ୍ଲୀ ଆଦିବାସୀ ବସ୍ତିର ପ୍ରଭାତ ଦିଗାଲ । ଆଜି ତାକୁ ଥାନା କେସ ନମ୍ବର- ୭୬ରେ ମାମଲା ରୁଜୁକରି ଦଫା ୩୭୬(୨)(ଏନ୍) ଆଇପିସି ଆର/ଡବ୍ଲୁ୍ୟ ୪ ପୋସକୋ ଆକ୍ଟରେ କୋର୍ଟ ଚାଲାଣ କରାଯାଇଛି ।
ସୂଚନାଯୋଗ୍ୟଯେ, ଅଭିଯୋଗକାରିଣୀ ଓ ଅଭିଯୁକ୍ତ ଉଭୟେ ନୟାପଲ୍ଲୀ ଆଦିବାସୀ ବସ୍ତିରେ ରହିବା ସହ ଛୋଟ ବେଳରୁ ଉଭୟେ ପରିଚିତ । ଅଭିଯୋଗକାରିଣୀଙ୍କୁ ୧୭ ବର୍ଷ ହୋଇଥିବା ବେଳେ ଅଭିଯୁକ୍ତ ତାଙ୍କୁ ପ୍ରେମ ନିବେଦନ କରିଥିଲେ ଓ ବିବାହ କରିବାର ମିଥ୍ୟା ପ୍ରତିସୃତି ଦେଇ ତାଙ୍କର ତାଙ୍କର ନିକଟତର ହୋଇଥିଲେ । ଅଭିଯୋଗକାରିଣୀ ବିବାହ ଯୋଗ୍ୟ ହେବା ପରେ ସେ ଅଭିଯୁକ୍ତକୁ ବିବାହ କରିବା ପାଇଁ ସମ୍ପୃର୍ଣ୍ଣ ଭାବରେ ମନା କରିଦେଇଥିଲେ । ପରବର୍ତ୍ତୀ ସମୟରେ ଅଭିଯୋଗକାରିଣୀଙ୍କର ସମ୍ପର୍କୀୟ ଅଭିଯୁକ୍ତକୁ ବୁଝେଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଅଭିଯୁକ୍ତର ନିଷ୍ପତି ସମାନ ରହିଥିଲା । ଏନେଇ ଅଭିଯୋଗକାରିଣୀ କୌଣସି ଉପାୟ ନପାଇ ଶେଷରେ ମହିଳା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ମହିଳା ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।