ଦୋକାନ ତାଲା ଭାଙ୍ଗି ସିଗାରେଟ୍ ଓ ଟଙ୍କା ଚୋରି ; ନିଶାଡି ଗିରଫ

ଦୋକାନ ତାଲା ଭାଙ୍ଗି ସିଗାରେଟ୍ ଓ ଟଙ୍କା ଚୋରି ; ନିଶାଡି ଗିରଫ


 ଭୁବନେଶ୍ୱର, ୧୭ା୫ : ବିଳମ୍ବିତ ରାତିରେ ଏକ ଦୋକାନର ତାଲା ଭାଙ୍ଗି ସିଗାରେଟ୍ ପ୍ୟାକେଟ୍, ପାନମସଲା ଓ ୨ ହଜାର ଟଙ୍କା ଚୋରି । ଏନେଇ ଥାନାରେ ଅଭିଯୋଗ ପରେ ଏୟାରପୋର୍ଟ ଥାନା ପୁଲିସ ୧୩୭ରେ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ନିଶାଡିକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲା, ଏୟାରପୋର୍ଟ ଝରଣାସାହିର ଦିପ୍ତି ରଞ୍ଜନ ନାୟକ । ଆଜି ତାକୁ ଦଫା ୪୫୭,୩୮୦ରେ କୋର୍ଟ ଚାଲାଣ କରିଛି ।
 ସୂଚନାଯୋଗ୍ୟଯେ, ଗତ ୧୪ ତାରିଖ ବିଳମ୍ବିତ ରାତିରେ ଅଭିଯୁକ୍ତ ସୁଯୋଗ ଦେଖି ଅଭିଯୋଗକାରୀ କିଶୋର ପଣ୍ଡାଙ୍କ ଦୋକାନ ଭିତରେ ତାଲାଭାଙ୍ଗି ଭିତରେ ପଶିଥିଲା । ପରେ ଦୋକାନରୁ ସୁଗାରେଟ୍ ପ୍ୟାକେଟ୍, ପାନମସଲା ଡବା ଓ ଡ୍ରରୁ ୨ ହଜାର ଟଙ୍କା ଚୋରି କରି ନେଇଯାଇଥିଲା । ସକାଳୁ ଘଟଣା ଦେଖି ଅଭିଯୋଗକାରୀ ଏୟାରପୋର୍ଟ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରିଛି ।