ନାହିଁ ନାହିଁରେ ଚାଲିଛିି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର  

ଗୋପ : ରାଜ୍ୟରେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉର୍ନ୍ନତୀକରଣ ନିମନ୍ତେ କୋଟି କୋଟି ଟଙ୍କା ବ୍ୟୟ ବରାଦ ସତ୍ତ୍ୱେ ଗୋପରେ ଉଭୟ ବିଭାଗ ଟି ଦିଗହରା ଅବସ୍ଥାରେ ପଡିଛି  । କୋଣାର୍କ ଠାରୁ ପିପିଲି ପର୍ଯ୍ୟନ୍ତ ରାଜ୍ୟ ରାଜପଥ କଡରେ ଯଦି କୌଣସି ମେଡିକାଲ ଥାଏ ତାହା ହେଉଛି ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର । କିନ୍ତୁ ଦୁଃଖ ଓ ପରିତାପର ବିଷୟ ହେଉଛି ଏଠାରେ ଦୀର୍ଘ ବର୍ଷ ଧରି ନାହିଁ ନ ଥିବା ଅବ୍ୟବସ୍ତା ମଧ୍ୟ ଦେଇ ଗତି କରୁଛି । ସ୍ୱାସ୍ଥ୍ୟକେନ୍ଦ୍ରରେ  ଆବଶ୍ୟକୀୟ ଡକ୍ଟର ନାହାନ୍ତି କି ଶବ ବୁହା ନିମନ୍ତେ ସ୍ୱର୍ଗ ରଥ । ଦୁର୍ଘଟଣା ଗ୍ରସ୍ତ ରୋଗୀଙ୍କ ଆସୁ ଚିକିତ୍ସା ନିମନ୍ତେ ବନେ୍ଦାବସ୍ତ ନାହିଁ । ଶିଶୁ ବିଶେଷଜ୍ଞ ନ ଥିବାରୁ ଶତାଧିକ ଶିଶୁ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ହସ୍ପିଟାଲକୁ ଆସି ନିରାଶ ହୋଇ ଫେରନ୍ତି । ଏ ସମ୍ପର୍କ ରେ ବାରମ୍ବାର ବିଭିର୍ନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହେଉଥିଲେ ମଧ୍ୟ ସମାଧାନ ହୋଇପାରୁନି । ଏଠାକୁ ଛୋଟ ବଡ଼ ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତି ଆସିଥାନ୍ତି । ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନ ୮ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି । ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାୟ ୩୧ ପଞ୍ଚାୟତ ଓ ଗୋଟେ ବିଜ୍ଞାପିତ ଅଞ୍ଚଳର ଜନସାଧାରଣ ନିର୍ଭର କରନ୍ତି । ମୋଟା ମୋଟି ଭାବେ କହିବାକୁ ଗଲେ ନାହିଁ ନାହିଁରେ ଚାଲିଛି ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର । ଯଦିଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ମେଡିକାଲ ଇନଚାର୍ଜଙ୍କ ବାସଗୃହ କିନ୍ତୁ ସର୍ବଦା ସେ ନିଘୋଡ ନିଦ୍ରାରେ । ସୁବିଧା ଅସୁବିଧାରେ ଯଦି କୌଣସି ବ୍ୟକ୍ତି ଇନଚାର୍ଜଙ୍କୁ ଦେଖା ହେବାକୁ ଆସିଥାନ୍ତି ବିନା ଦେଖରେ ନିରାଶ ହୋଇ ଫେରୁଛନ୍ତି । ମାଡାମଙ୍କ କଲିଂ ବେଲ୍ ଯେତେ ମାରିଲେ ବି ଉଠିବାର ପ୍ରଶ୍ନ ନାହିଁ । ମାଡାମ ସୋଇଥାନ୍ତି ତାହା ସକାଳ ହେଉ କୀ ଖରାବେଳେ ହେଉ , କି ସନ୍ଧ୍ୟା ସମୟ ହେଉ । କେବଳ ଏତିକି ନୁହେଁ ସ୍ୱାସ୍ଥ୍ୟକେନ୍ଦ୍ରଟି ରାସ୍ତାକୁ ଲାଗି ରହିଛି । ବଜାର ସମ୍ପ୍ରସାରଣ ନ ହେଉଥିବାରୁ ଟ୍ରାଫିକ୍ ଜାମ୍ର ସମସ୍ୟା ମଧ୍ୟ ଦେଖାଦେଇଛି । ଯାହାଫଳରେ ଯଦି ଗାଡି ଜାମ୍ ରହୁଛି ତେବେ ରୋଗିଙ୍କୁ ଜିବାକୁ ବହୁତ ସମୟ ଲାଗୁଛି । ମୁଖ୍ୟ ରାସ୍ତାକୁ ଲାଗି ହସ୍ପିଟାଲର ପ୍ରବେଶ ଦ୍ୱାର ହୋଇଥିବାରୁ ସିଧା ହେଉ କି ପଛୁଆ ହେଉ ଆମ୍ବୁଲାନ୍ସ ଟି ପ୍ରବେଶ କରିଥାଏ ।  କିନ୍ତୁ ଜଣେ ବ୍ୟକ୍ତି କାରକୁ ପ୍ରବେଶ ଦ୍ୱାର ପାଖରେ ରଖି କେଉଁଆଡେ ଚାଲିଯାଇଥିଲେ, ଯାହାଫଳରେ ଆମ୍ବୁଲାନ୍ସ ହସ୍ପିଟାଲ ଭିତରେ ପ୍ରବେଶ କରିପାରିନଥିଲା । ଏଠି ସାଧାରଣରେ ପ୍ରଶ୍ନ ଉଠୁଛି ଯଦି ଆମ୍ବୁଲାନ୍ସରେ ଏକ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ରହିଥାନ୍ତେ ତେବେ ତାର ଅବସ୍ଥା କ'ଣ ହୋଇଥାନ୍ତା? ଏଣୁ ରାଜ୍ୟ ସରକାରଙ୍କ ଉଚ୍ଚ ପଦସ୍ତ ବିଭାଗୀୟ ଅଧିକାରୀ ଓ ମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଲାଗିରହିଥିବା ସମସ୍ୟାର ସମାଧାନ କ୍ଷେତ୍ରରେ ତତ୍ପରତା ଅବଲମ୍ବନ କରିବାକୁ ଗୋପ ସୁରକ୍ଷା ମଞ୍ଚ ଓ ବିପ୍ଲବୀ ସଂଗଠନ ପ୍ରମୁଖ ଦାବି କରିଛନ୍ତି ।