ନିଜ ଜମି ସୁରକ୍ଷିତ ରଖିପାରୁନାହାନ୍ତି ବ୍ୟାସନଗର ତହସିଲଦାର
ାା ପ୍ରଭାନୁ୍ୟଜ ।ା ବ୍ୟାସନଗର : ସରକାରୀ ଜମି ସୁରକ୍ଷିତ ରଖିବାକୁ ରାଜ୍ୟ ସରକାର କଡ଼ା ନିଦେ୍ର୍ଦଶ ଦେଇଛନ୍ତି । ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରାଞ୍ଚଳ ସରକାରୀ ଜମି ସୁରକ୍ଷିତ ରଖିବାକୁ ତହସିଲ ପ୍ରଶାସନ ଯେତିକି ତତ୍ପରତା ଦେଖାଇବା କଥା ଦେଖାଉନି । ଯୋଉଠି ଚାପ ପଡ଼ୁଛି, ନୋଟିସ ଦେବା ପରେ ଯାଇ ସରକାରୀ ଜମି ଜବର ଦଖଲ ଉଠାଇବାକୁ ବୁଲଡ଼ୋଜର ଲଗାଉଛି । ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ବ୍ୟାସନଗର ତହସିଲଦାର ତହସିଲର ନିଜସ୍ୱ ଅଧିନରେ ଥିବା ଏକର ଏକର ଜମିକୁ ସୁରକ୍ଷିତ ରଖିପାରୁନି । ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ତହସିଲ ଜମିକୁ ଦଲାଲ ବିକ୍ରି କରିବାରେ ଲାଗିଛନ୍ତି । ମୂଲ୍ୟ ଅଧଗୁଣ୍ଠେକୁ ୮ଲକ୍ଷ । ଏଭଳି ଚିତ୍ର ଡ଼ୋଲିପୁର ମୌଜାରେ ଦେଖିବାକୁ ମିଳିଛି । ଡ଼ୋଲିପୁର ମୌଜା ଅନ୍ତର୍ଗତ ସାହୁ ମାର୍କେଟରେ ରହିଛି ବ୍ୟାସନଗର ତହସଲର ୧ଏକରରୁ ଅଧିକ ଜମି । ଯେତେ ବେଳେ କି ବ୍ୟାସନଗରର ନା ଗନ୍ଧ ନଥିଲା କି ଯାଜପୁର ରୋଡ଼ ଜନ୍ମ ନେଇନଥିଲା । ଏବର ବ୍ୟାସନଗର ପୂର୍ବରୁ ଅଞ୍ଚଳଟି ଯାଜପୁର ରୋଡ଼ ନାମରେ ପରିଚିତ ହୋଇଥିଲା । କିନ୍ତୁ ତା ପୂର୍ବରୁ ଅଞ୍ଚଳଟି ଡ଼ୋଲିପୁର ନାମରେ ସାରା ପ୍ରଦେଶରେ ପରିଚିତ ଥିଲା । ଦୀର୍ଘ ଦଶନ୍ଧୀ ତଳର ଡ଼ୋଲିପୁର ମୌଜାରେ ତହସିଲ ପକ୍ଷରୁ ନିର୍ମାଣ ହୋଇଥିଲା ଆଜବେଷ୍ଟ ଘର । ଉକ୍ତ ଘର ମାଜିଷ୍ଟେଟଙ୍କ ବାସଘର ଭାବେ ବ୍ୟବହୃତ ହେଉଥିଲା । ମାଜିଷ୍ଟେଟ ଉକ୍ତ ଘରେ ବିଚାରଧିନକଏଦୀଙ୍କ ବିଚାର କରୁଥିଲେ । ଏଥିସହ ତହସିଲ କର୍ମଚାରୀ ମଧ୍ୟ ରହୁଥିଲେ । ଏକଥାକୁ ସେ ସମୟର ନାଗରିକ ଭଲ ଭାବେ ଅବଗତ ଅଛନ୍ତି । କିନ୍ତୁ ୧ଏକରରୁ ଅଧିକ ଜମି ଖଣ୍ଡେ ଖଣ୍ଡେ କରି ବିକ୍ରି ହେବାରେ ଲାଗିଛି । ଅଧଗୁଣ୍ଠେକୁ ୮ଲକ୍ଷ । ତହସିଲ ଜମିଟି ଡ଼ାକବଙ୍ଗଳା-ନୂଆମାର୍କେଟ ମୁଖ୍ୟ ରାସ୍ତା କଡ଼କୁ ଲାଗି ରହିଥିବାରୁ ଅନେକ ବେପାରୀ କେବିନ ପକାଇ ବେପାର କରୁୁଛନ୍ତି । ରାସ୍ତାକୁ ଲାଗିଥିବା ଜମିରେ ବେପାର ଚାଲିଥିବା ବେଳେ ପଛପାଖ ଜମିରେ ଇଟାବାଲିରେ ଘର କରାଯାଇ ଭଡ଼ା ଦିଆଯାଉଛି । ଅଧଗୁଣ୍ଠେ ଜମିରେ ହୋଇଥିବା ଘରକୁ ୮ଲକ୍ଷରେ ବିକ୍ରି କରାଯାଉଛି । ହେଲେ ତହସିଲ କାର୍ଯ୍ୟାଳୟରୁ ମାତ୍ର ଗୋଟିଏ କିମି ଦୂରରେ ଥିବା ଜମି ଅଛି କି ନାହିଁ, ତାହା ଦେଖିବାକୁ କାହାକୁ ତର ମିଳୁନି । ମିିଳିଥିବା ଖବର ମତେ ସପନ ନନ୍ଦ ତହସିଲଦାର ଥିବା ସମୟରେ ସଂପୃକ୍ତ ଜମିରେ ଗଢି ଉଠିଥିବା ଘର, କେବିନ ସବୁ ଉଚ୍ଛେଦ କରିବାକୁ ନୋଟିସ କରିଥିଲେ ହେଁ ମାନ୍ୟବର କୋର୍ଟ ରୋକ ଲଗାଇଥିଲେ । ଫଳରେ ବର୍ଷ ପରେ ବର୍ଷ ବିତିଯାଇଥିଲେ ବି ତହସିଲ କାର୍ଯ୍ୟାଳୟ ପକ୍ଷରୁ ସଂପୃକ୍ତ ଜମିର ସ୍ଥିତି ପରଖାଯାଇନି କି ନିଜସ୍ୱ ଜମିକୁ ସୁରକ୍ଷିତ ରଖିବା ଦିଗରେ କୌଣସି ଉଦ୍ୟମ କରାଯାଇନି । ଯାହାର ସୁଯୋଗ ନେଇ ଦଲାଲ ଅଧଗୁଣ୍ଠେ ଜମିକୁ ୮ଲକ୍ଷରେ ବିକ୍ରି କରିବାକୁ ପଛାଉ ନାହାନ୍ତି । ପ୍ରଶ୍ନ ଉଠୁଛି ଯେତେ ବେଳେ ତହସିଲ କାର୍ଯ୍ୟାଳୟ ନିଜସ୍ୱ ଜମିକୁ ସୁରକ୍ଷିତ ରଖିବାରେ ବିଫଳ ସେତେ ବେଳେ ସରକାରୀ ଜମି ସୁରକ୍ଷିତ ରଖିବାକୁ କେତେ ଆଗଭର ହୋଇଥିବେ, ତାହା ଜଣାପଡ଼ିଯାଉଛି । ରାଜ୍ୟ ସରକାର ସରକାରୀ ଜମି ସୁରକ୍ଷିତ ରଖିବାର ନିଦେ୍ର୍ଦଶ ବ୍ୟାସନଗର ପାଇଁ ପ୍ରଜୁ୍ୟଜ ନୁହେଁ ବୋଲି ଘୋଷଣା କରିଦେଲେ ଭଲ ହୁଅନ୍ତା ନି କି ?