ନିମାପଡ଼ା ମହୋତ୍ସବ ଉଦ୍ଘାଟିତ
ନିମାପଡ଼ା: ତ୍ରିଦିବସୀୟ ନିମାପଡା ମହୋସôବ ଉଦ୍ଘାଟିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ସସ୍କୃତି ବିଭାଗ, ନିମାପଡା ମହୋସôବ କମିଟି ଓ ହେଲ୍ପଲାଇନ ସହଯୋଗରେ ଅନୁଷ୍ଠିତ ହୋଇଛି । ସ୍ଥାନୀୟ ମୁକ୍ତାକାଶ ରଙ୍ଗମଞ୍ଚରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗଦେଇ ମହୋସôବକୁ ଉଦ୍ଘାଟନ କରିଥିଲେ । ଅତିଥି ଭାବେ ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ପୂର୍ବତନ ସାଂସଦ ଅନୁଭବ ମହାନ୍ତି, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରୱାଲ, ନିମାପଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସସ୍ମିତା ସାହୁ, ରିଚା ପରିଡା, ମଣ୍ଡଳ ଉନ୍ନୟନ ଅଧିକାରୀ ଡ. ଅଭିଜିତ ଷଡ଼ଙ୍ଗୀ, ହେଲ୍ପଲାଇନ ସଭାପତି ଅକ୍ଷୟ ସାହୁ ଓ ସମ୍ପାଦକ ନିଗମାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ସମୃଦ୍ଧି ପଥେ ନିମାପଡା ଉନ୍ମୋଚନ କରାଯାଇଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ନିମାପଡା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଥିଲା । ମହୋସôବକୁ ସୁନ୍ଦର କରିବା ପାଇଁ ପଲ୍ଲିଶ୍ରୀ ମେଳା, ଅପେରା ଓ ବିଭିନ୍ନ ଷ୍ଟଲ ରହିଛି । ପ୍ରତାପ ରାଉତ ମଞ୍ଚ ପରିଚାଳନା କରିଥିଲେ ।