ବିଲୁପ୍ତ ହେଉଛି ବିରଳ ଶାରୀ
ାା ପ୍ରଭାନୁ୍ୟଜ ।ା ଟମକା : ଶାରୀ ବା ମଇନା । ଭଗବାନଙ୍କ ସୃଷ୍ଟିର ସେ ଏକ ସୁନ୍ଦର ସର୍ଜନା । ତାର ଗଢଣ ଦେଖିବାକୁ ଯେମିତି ସୁନ୍ଦର ପ୍ରଶିକ୍ଷଣ ପରେ ସେ ମଣିଷ ପରି ଅବିକଳ ସୁନ୍ଦର କଥା ମଧ୍ୟ କରିପାରେ । ସେଇଥିପାଇଁ ଏହି ପକ୍ଷୀକୁ ଘରେ ରଖି ପୋଷା ମନାଇବାକୁ ଅନେକ ପସନ୍ଦ କରିଥାନ୍ତି । ଏହା ବେଆଇନ୍ ଓ ଦଣ୍ଡନୀୟ ହୋଇଥିଲେ ମଧ୍ୟ ଏହାର ସୁନ୍ଦରତା ଓ କଥାବାର୍ତ୍ତା ଅନେକଙ୍କୁ ଆକୃଷ୍ଟ କରେ । ଯାହାପାଇଁ ଲୁଚାଛପା ଭାବେ ଅନେକ ଏହାକୁ ଘରେ ପୋଷିବାକୁ ଭଲପାଆନ୍ତି । ସେହିପରି ଭାବେ ଶୁଆ ସହିତ ଶାରୀର ବନ୍ଧୁତା କୁ ମଧ୍ୟ ସବୁଥିରେ ଶ୍ରେଷ୍ଠ ବିବେଚନା କରାଯାଏ । ସେଇଥିପାଇଁ ତ ପୁରାଣ, ଶିଶୁ ଗଳ୍ପ ଠାରୁ ଆରମ୍ଭ କରି ବଲିଉଡ ଓ ଓଲିଉଡ ଜଳଚିତ୍ର ପର୍ଯ୍ୟନ୍ତ ଅନେକ ସମୟରେ ଏହି ପକ୍ଷୀର ନାମକୁ ନେଇ ଅନେକ ଗୀତ କାହାଣୀ ପ୍ରସ୍ତୁତ କରାଯାଇଛି । ହେଲେ ଏହି ପକ୍ଷୀ ଏବେ ବିଲୁପ୍ତପ୍ରାୟ । ଅହେତୁକ ପ୍ରଦୁଷଣ, ଜଳବାୟୁ ପରିବର୍ତ୍ତନ ସାଙ୍ଗକୁ ଏମାନଙ୍କର ରୋଗ ପ୍ରତିରୋଧ ଶକ୍ତି କମ୍ ହେତୁ ଧିରେ ଧିରେ ଏମାନଙ୍କ ବଂଶ ବିଳୁପ୍ତ ହେବାକୁ ଲାଗିଲାଣି । ସେହିପରି ଭାବେ ସେହିପରି ଭାବେ ଅନେକ ଲୋକ ଏହି ପକ୍ଷୀକୁ ପୋଷା ମନାଇବାକୁ ଘରେ ରଖୁଥିବାରୁ ଏମାନଙ୍କ ଉପଯୁକ୍ତ ଯତ୍ନ ନ ନେଇ ପାରିବା କାରଣରୁ ଏମାନେ ମଧ୍ୟ ଅସୁସ୍ଥ ହୋଇ ମୃତୁ୍ୟବରଣ କରୁଛନ୍ତି । ସେହିପରି ଭାବେ ପୋଷା ମନାଇଥିବା ଶାରୀକୁ ଯଦି ଏକ ନିର୍ଦ୍ଧିଷ୍ଠ ଜାତିର ମଣିଷ ଦେଖିଦିଅନ୍ତି ତେବେ ଏହି ପକ୍ଷୀର ମୃତୁ୍ୟ ଘଟେ ବୋଲି କୁହାଯାଏ । ତେବେ ଏହା ଅନ୍ଧବିଶ୍ୱାସ ନା ଏଥିରେ ସତ୍ୟତା ଅଛି ତାହା ମଧ୍ୟ ଏକ ପ୍ରଶ୍ନ । ଏହି ପକ୍ଷୀଟିର ରଙ୍ଗ କଳା ହୋଇଥିବା ବେଳେ ଏହାର ବେକରେ ହଳଦିଆ ରଙ୍ଗର ପଟି ରହିଥାଏ । ଏବଂ ଏମାନଙ୍କ ଥଣ୍ଟ ମଧ୍ୟ ହଳଦିଆ ରଙ୍ଗର ହୋଇଥାଏ । ବିଶେଷ କରି ଘଞ୍ଚ ଜଙ୍ଗଲରେ ଥିବା ବଡ ଗଛ ଉପରେ ବଷା କରି ଏମାନେ ରହିବାକୁ ପସନ୍ଦ କରନ୍ତି । ବର୍ଷକୁ ଥରେ ଏମାନେ ଅଣ୍ଡାଦାନ କରି ଏଥିରୁ ଛୁଆ ଫୁଟାଉଥିବା ବେଳେ ଏମାନଙ୍କ ଅଣ୍ଡାର ରଙ୍ଗ ସାମନ୍ୟ ନୀଳ ରଙ୍ଗର ହୋଇଥାଏ । ଏମାନେ ଅଣ୍ଡାରୁ ଛୁଆ ଫୁଟାଇବା ପରେ ଛୋଟବେଳୁ ମଲ୍ହାର ଓ ମାଙ୍କେଡିଆ ପ୍ରଜାତିର ଲୋକ ମାନେ ଜଙ୍ଗଲକୁ ଯାଇ ଏମାନଙ୍କୁ ଆଣି ଏମାନଙ୍କ ଛୁଆକୁ ବିକ୍ରୀ କରିଥାନ୍ତି । କିଛି ବର୍ଷ ପୁର୍ବରୁ ଏହି ପକ୍ଷୀର ଛୁଆ ଶହେ ଦୁଇଶହରୁ ମିଳୁଥିବା ବେଳେ ଏବେ ଏହା ଏମାନଙ୍କ ବଂଶ ଲୋପ ପାଇଯାଉଥିବାରୁ ଏହା ଏବେ ମିଳୁନଥିବା ବେଳେ ଯଦି କେବେ ମିଳୁଛି ଏହାକୁ ସହସ୍ରାଧିକ ଟଙ୍କାରେ ଲୁଚାଛପା ଭାବେ ବିକ୍ରି କରାଯାଉଛି । ବିଶେଷ କରି ସହରାଞ୍ଚଳରେ ଅବିକଳ ଶାରୀ ଭଳିଆ ଦେଖା ଯାଉଥିବା ବଣି ଚଢେଇକୁ ରଙ୍ଗମାରି ଏହାକୁ ଶାରୀ କହି ବିକ୍ରୀ କରାଯାଉଥିବା ଦେଖାଯାଇଛି । କୋଡିଏ ପଚିଶ ବର୍ଷ ପୂର୍ବେ ଟମକା ବନାଞ୍ଚଳ ଅଧିନରେ ମଧ୍ୟ ଏହି ପକ୍ଷୀ ବହୁଳ ମାତ୍ରାରେ ଦେଖା ଯାଉଥିଲେ । ଏକାଧିକ ଲୋକମାନେ ପଞ୍ଜୁରୀରେ ରଖି ଏମାନଙ୍କୁ ପୋଷା ମନାଇ କଥା ଶିଖାଉଥିଲେ । ହେଲେ ଏବେ ଏହି ପକ୍ଷୀ ପୋଷା ମନାଇବା ତ ଦୁରର କଥା ଏମାନଙ୍କୁ ଦେଖିବା ସାତ ସପନ ପାଲଟିଛି । ଏମାନଙ୍କ ଉପରେ ମଣିଷଙ୍କ ଲୋଲୁପ ଦୃଷ୍ଟି ସାଙ୍ଗକୁ ବ୍ୟାପକ ଜଙ୍ଗଲ ନଷ୍ଟ ଏବଂ ପ୍ରଦୁଷଣ ବଢିବା କାରଣରୁ ଏହି ପକ୍ଷୀ ଏବେ ଦେଖିବା ସାତ ସପନ ପାଲଟିଛି । ତେବେ ନିୟତୀର ସୃଷ୍ଟିର ଶ୍ରେଷ୍ଠ ପକ୍ଷୀ ମଧ୍ୟରୁ ଅନ୍ୟତମ ଶାରୀ ବଂଶ ଏବେ ଲୋପାଭିମୂଖୀ ପାଲଟିଛି । ତେବେ ଏହି ବିରଳ ପକ୍ଷୀର ବିଲୁପ୍ତ ପାଇଁ ଦାୟୀ କିଏ ? ମଣିଷଙ୍କ ଠାରୁ ଶିଖି ତା ପରି ଅବିକଳ କଥା କହିବା କ’ଣ ତାର ଭୂଲ? ଏମାନଙ୍କ ସୁରକ୍ଷା ଦିଗରେ ସରକାରୀ ବାବୁ ମାନଙ୍କ ଆଗ୍ରହ ବା ଉଦ୍ୟମ ହେଲା ନାହିଁ କାହିଁକି? ଏମିତି ଅନେକ ଗୁଡାଏ ପ୍ରଶ୍ନ ଏବେ ଏହି ଶାରୀକୁ ସୁରକ୍ଷା ଦେବାରେ ଅସଫଳତାର କାରଣ ସାଜିଛି ଏବଂ ଏହି ପକ୍ଷୀ ଦିନେ ଯେ ଇତିହାସ ପାଲଟିବ ସେ ସମୟ ଏବେ ଉପନୀତ ହୋଇଛି ।