ନିମାପଡ଼ା ସିଏଚ୍ସିରେ ଖୋଲିଲା ହେଲଥ୍ ଏଟିଏମ
ଭୁବନେଶ୍ୱର/ ନିମାପଡ଼ା : ନିମାପଡ଼ା ବାସିନ୍ଦାଙ୍କ ଉନ୍ନତ ସ୍ୱାସ୍ଥ୍ୟ ପାଇଁ ନିମାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚ୍ସି)ରେ ଉଦ୍ଘାଟିତ ହୋଇଛି ଅତ୍ୟାଧୁନିକ ଡିଜିଟାଲ ହେଲଥ୍ କିଓସ୍କ – ସ୍ୱୟମ ହେଲଥ୍ ଏଟିଏମ୍ । ସ୍ୱୟମ୍ ଘରୋଇ ଅନୁଷ୍ଠାନ ଦ୍ୱାରା ସ୍ଥାପିତ ଏହି ଏଟିଏମ୍କୁ ଆଜି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହାକୁ ଉଦ୍ଘାଟନ କରି ଜନତାଙ୍କ ସ୍ୱାସ୍ଥ୍ୟ ଉଦେ୍ଦଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି ହେଲଥ ଏଟିଏମ ମାଧ୍ୟମରେ ଉପାନ୍ତ ଅଞ୍ଚଳର ଅଧିବାସୀମାନେ ତ୍ୱରିତ, ଶସ୍ତା ଓ ସଠିକ ନିଦାନ (ଡାଇଗ୍ନୋଷ୍ଟିକ୍) ସେବା ପାଇପାରିବେ । ଏହି ହେଲ୍ଥ ଏଟିଏମ ରାଜ୍ୟ ପ୍ରାଥମିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ ଜାଗରଣ ସୃଷ୍ଟି କରିବ ବୋଲି ଶ୍ରୀମତୀ ପରିଡା ମତ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଏହି ହେଲଥ ଏଟିଏମ ମାଧ୍ୟମରେ ୧୦୦ରୁ ଅଧିକ ଆବଶ୍ୟକ ସ୍ୱାସ୍ଥ୍ୟସେବା ଜଡ଼ିତ ପରୀକ୍ଷା ସହିତ ତ୍ୱରିତ ରିପୋର୍ଟ ମିଳିପାରିବ ।