ନିରଞ୍ଜନ ସାଂସଦଙ୍କ ତହସିଲ ପ୍ରତିନିଧି
ସାଂସଦ ଡଃ ରବିନ୍ଦ୍ର ନାରାୟଣ ବେହେରା ବଡଚଣା ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମର ନିରଞ୍ଜନ ମହାନ୍ତିଙ୍କୁ ଦର୍ପଣ ତହସିଲ ପାଇଁ ସାଂସଦ ପ୍ରତିନିଧି ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି । ଏସଂକ୍ରାନ୍ତରେ ବିଧିବଦ୍ଧ ଭାବେ ସାଂସଦ ଭାବେ ଏକ ଚିଠି ଦ୍ୱାରା ସାଂସଦଙ୍କ କାର୍ଯ୍ୟାଳୟ ପକ୍ଷରୁ ଦର୍ପଣ ତହସିଲଦାରଙ୍କୁ ଅବଗତ କରାଇ ଦିଆଯାଇଛି । ଦାଇତ୍ୱ ପାଇବା ପରେ ଶ୍ରୀ ମହାନ୍ତି ସାଂସଦଙ୍କ ସମେତ ବଡଚଣା ବିଧାୟକ ଅମର କୁମାର ନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।