ନିର୍ମାଣର ୩ ବର୍ଷ ଭିତରେ ପାଣି ଟାଙ୍କି ଅଚଳ
ହିଞ୍ଜିଳିକାଟୁ : ଦୁର୍ନୀତିର ଗନ୍ତାଘର ପାଲଟିଛି ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କାଯ୍ୟାଳୟ ହିଞ୍ଜିଳିକାଟୁ । ବିଭାଗୀୟ ଯନ୍ତ୍ରୀ ଆଉ ଠିକାଦାରଙ୍କ ମଧୁଚନ୍ଦ୍ରିକା କାରଣରୁ ଲୋକଙ୍କ କାମରେ ଆସୁନାହିଁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ । ୩ ବର୍ଷ ତଳେ ହିଞ୍ଜିଳିକାଟୁ ବ୍ଳକ ଦାରୁଭଦ୍ରା ପଞ୍ଚାୟତର ନିମି ଗାଁ ଠାରେ୩୭୫୧ ଜଣ ହିତାଧିକାରୀଙ୍କ ନିମନ୍ତେ ୧,୨୯,୯୧,୦୦୦ ଲକ୍ଷ ଟଙ୍କାରେ ତିଆରି ହୋଇଥିବା ଓଭର ହେଡ ପାଣି ଟାଙ୍କିରୁ ଧାର ଧାର ହୋଇ ବହୁଛି ପାଣି । ହିଞ୍ଜିଳିକାଟୁ ରେ ଜଳ ଯୋଗାଣ ପ୍ରକଳ୍ପର ବିକଳ ଚିତ୍ର । ଏ ନେଇ ନିମି ଗାଁ ବାସିନ୍ଦା ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ନିମ୍ନମାନର କାମ ଯୋଗୁଁ ନିର୍ମାଣର ମାତ୍ର ୩ ବର୍ଷରେ ଅଚଳ ହୋଇଯାଇଛି କୋଟି କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପ । ଫଳରେ ଲୋକଙ୍କ ବ୍ୟବହାରରେ ଆସୁନଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦାମାନେ । ତେବେ ଏହାରି ଭିତରେ କାମର ତଦାରଖ କରୁଥିବା ହିଞ୍ଜିଳିକାଟୁ ଜଳ ଯୋଗାଣ ବିଭାଗ ଯନ୍ତ୍ରୀ ଅବସର ନେଇଛନ୍ତି । ବର୍ତ୍ତମାନ ପାଣି ଓଭର ହେଡ ଟାଙ୍କିରେ ତଢା ନଯାଇ ସିଧାସଳଖ ଲୋକଙ୍କୁ ପାଣି ଯୋଗାଇବା ଅଭିଯୋଗ କରିଛନ୍ତିି ଗ୍ରାମବାସୀ । ଏବେ ପ୍ରଶ୍ନ ଉଠୁଛି ୧,୨୯,୯୧,୦୦୦ ଟଙ୍କାର ଓଭରହେଡ୍ ଟାଙ୍କି ନିର୍ମାଣ ହୋଇଛି କାହା ସ୍ୱାର୍ଥରେ ୩ ବର୍ଷ ହେଲା ନିର୍ମାଣ ହୋଇଥିଲେ ବି କାହିଁକି ଲାଗି ପାରୁନି କାମରେ ଟାଙ୍କିର ଏଭଳି ନିମ୍ନମାନର ନିର୍ମାଣ ପାଇଁ ଦାୟୀ କିଏ ବୋଲି ଅଭିଯୋଗ ହୋଇଛି । ଏ ସମ୍ପର୍କେ ପାନୀୟ ଜଳ ବିଭାଗର ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଅନେକ ଯାଗାରେ ପ୍ରକଳ୍ପ ଆରମ୍ଭ ହେଲାପରେ ପାଣି ଲୋଡ୍ କରିବା ପରେ କିଛି ଟାଙ୍କିରୁ ପାଣି ଗଳିଥାଏ । ଆପେ ଆପେ କିଛିଦିନ ପରେ ପାଣି ଗଳିବା ବନ୍ଦ ହୋଇଯାଇଥାଏ । ଯଦି କୌଣସି ଯାଗାରେ ପାଣି ଗଳିବା ବନ୍ଦ ନ ହୁଏ ତାହେଲେ କାର୍ଯ୍ୟ କରୁଥିବା ଠିକାଦାର ମରାମତି କରିଥାଏ । ଗ୍ରାମବାସୀଙ୍କର ଅଭିଯୋଗ ସମ୍ପର୍କେ କାର୍ଯ୍ୟର ସମୀକ୍ଷା କରାଯିବା ବୋଲି କହିଛନ୍ତି ଶ୍ରୀ ଦାସ । କିନ୍ତୁ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପୁର୍ବରୁ ଟାଙ୍କିରୁ ପାଣି ଗଳିବା ନେଇ ସ୍ଥାନୀୟ ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି ଆଗକୁ ତାତି ବଢିବାରେ ଲାଗିଛି ଜିଲ୍ଲାପାଳ ହସ୍ତକ୍ଷେପ କରନ୍ତୁ ଓ ଭିଜିଲାନ୍ସ ତଦନ୍ତ କରାଯାଉ ବୋଲି ନିମି ଗାଁ ବାସିନ୍ଦା ଦାବି କରିଛନ୍ତି । ଏଥିସହ ହିଞ୍ଜିଳିକାଟୁ ବ୍ଲକ୍ ର ଏହି ମିଶନ ଅଧୀନରେ ହୋଇଥିବା ନିର୍ମାଣ କାମର ଅନୁଧ୍ୟାନ କରିବା ନିମନ୍ତେ ମତ ପ୍ରକାଶ ପାଇଛି ।