ଆଡପ ମଣ୍ଡପରେ ପ୍ରସାଦ ବଣ୍ଟନ

 ହିଞ୍ଜିଳିକାଟୁ :  ହିଞ୍ଜିଳିକାଟୁ ଲକ୍ଷ୍ମୀ ନୃସିଂହ ବଣିକ ସଂଘ ପକ୍ଷରୁ ରଥଯାତ୍ରା ଅବସରରେ ହିଞ୍ଜିଳିକାଟୁ ମିନି ଷ୍ଟାଡିୟମରେ ଅସ୍ଥାୟୀ ଆଡପ ମଣ୍ଡପରେ ପ୍ରସାଦ ବଣ୍ଟନ କରିଥିଲେ । ଏହି ଅବସରରେ ୧ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ଖେଚୁଡ଼ି ପ୍ରସାଦ ବଣ୍ଟନ କରାଯାଇଥିଲା ।  ହିଞ୍ଜିଳିକାଟୁ ଲକ୍ଷ୍ମୀ ନୃସିଂହ ବଣିକ ସଂଘ ସଦସ୍ୟ ତଥା ହିଞ୍ଜିଳିକାଟୁ ବିକାଶମଞ୍ଚ ସଭାପତି ପ୍ରମୋଦ କୁମାର ପଣ୍ଡା, ଯୁଗଳ ପଣ୍ଡା, ସୁକାନ୍ତ ପଣ୍ଡା, ଶଙ୍କର ମହାରଣା, ରାମକୃଷ୍ଣ ମହାରଣା ଯୋଗିନ୍ଦ୍ର ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିବାବେଳେ ବଣିକ ସଂଘର ସଦସ୍ୟ  ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।