ନିଶା ନିବାରଣ ସଚେତନତା
ବାଲେଶ୍ୱର: ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ମିଳିତ ନିଶାନିବାରଣ ଅଭିଯାନ (ମନା) ପକ୍ଷରୁ ନିଶାନିବାରଣ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ କୁରୁଡ଼ା ସ୍ଥିତ ନୁ୍ୟ ଲାଇଫ୍ ନିଶା ନିବାରଣ କେନ୍ଦ୍ରର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ‘ମନା’ର ସଭାପତି ଆଇନଜୀବୀ ପ୍ରଭାକର ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ଏହି କେନ୍ଦ୍ରର ସମ୍ପାଦକ ବିକ୍ରମ କେଶରୀ ଦାସ ଓ କେନ୍ଦ୍ରର ମୁଖ୍ୟ ଶଶୀକାନ୍ତ ନାୟକ ସାଂପ୍ରତିକ ସମାଜ ପାଇଁ ‘ମନା’ର ଏଭଳି ଉଦ୍ୟମ ପ୍ରଶଂସନୀୟ ବୋଲି ମତ ରଖିଥିଲେ । ସାଧାରଣ ସମ୍ପାଦିକା ମମତା ମହାପାତ୍ର, ଉପଦେଷ୍ଟା ଶ୍ରୀଯୁକ୍ତ ସୁବ୍ରତ କର ଓ ଡକ୍ଟର କେଶବ ଚରଣ ପଣ୍ଡା, ଉପସଭାପତି ଡକ୍ଟର କ୍ଷିତୀଶ୍ୱର ଦାଶ, ନିରଞ୍ଜନ ପରିଡ଼ା, ନିରଞ୍ଜନ ରାଉତ, ବେଣୁଧର ସାହୁ, ତି୍ରଦିବ କୁମାର ନାୟକ, ଯୋଗେଶ ଚନ୍ଦ୍ର ପ୍ରଧାନ, ରମେଶ ଚନ୍ଦ୍ର ଜେନା, ବୀରେନ୍ଦ୍ର ନାରାୟଣ ପ୍ରହରାଜ, ପ୍ରଣିତା ମିଶ୍ର, ସନାତନ ଦାସ, ନିତ୍ୟାନନ୍ଦ ରାଉତ, ରବି ପାଣିଗ୍ରାହୀ ପ୍ରମୁଖ ବକ୍ତବ୍ୟ ରଖି ଅନ୍ତେବାସୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଶୁଭେଚ୍ଛା ଜଣାଇଥିଲେ । ଶେଷରେ ରବିନାରାୟଣ ଭୋଳ ଧନ୍ୟବାଦ ଅର୍ପଣ କରିଥିଲେ ।