ନୀଳଗିରି ଅଭିମୁଖେ ଝାଡ଼ଖଣ୍ଡୀ ହାତୀପଲ

ବୈଶିଙ୍ଗା :  ଝାଡ଼ଖଣ୍ଡରୁ ୭୦ରୁ ଅଧିକ  ହାତୀପଲ ଶନିବାର ବେତନଟୀ ବନାଞ୍ଚଳରେ ପ୍ରବେଶ କରି ବୈଶିଙ୍ଗା ବନାଞ୍ଚଳ କ୍ଷୀରପଦା ଜଙ୍ଗଲରେ ବିଶ୍ରାମ ନେଇଥିଲେ  । ଖାଦ୍ୟ ଅନ୍ୱେଷଣରେ ଆସିଥିବା ଏହି ହାତୀପଲ ବେତନଟୀ ବନାଞ୍ଚଳରେ ଧାନବିଲ ଫାଙ୍କା ଥିବାରୁ ଆଖପାଖ ଗ୍ରାମରେ ପଶି ପରିବା ପତ୍ର ନଷ୍ଟ କରିବା ସହିତ ରବିବାର ସନ୍ଧ୍ୟାରେ କ୍ଷୀରପଦା ଜଙ୍ଗଲରୁ ବାହାରି ଗଣ୍ଡବାଙ୍କ ସାହି ଅତିକ୍ରମ କରୁଥିବା ବନ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି  । ହାତୀପଲ କାହାର କ୍ଷତି ନକରି ନୀଳଗିରି ଅଭିମୁଖେ ଯାଉଥିବା ଜଣାପଡିଛି  । ବେତନଟୀ ବନ ଅଧିକାରୀ ମନୱାର ଖାଁ ଏକ ଟିମ କରି ବୈଶିଙ୍ଗା ବନପାଳ ପ୍ରଶାନ୍ତ ସିଂ ସାମନ୍ତଙ୍କ ସମେତ ସମସ୍ତ କର୍ମଚାରୀ ଏଥିରେ ସାମିଲ ହୋଇ ହାତୀପଲ ଉପରେ ନଜର ରଖିଥିବା ପ୍ରକାଶ କରିଛନ୍ତି  । ପ୍ରାୟ ୨୦୧୦ମସିହାରୁ ଏହି ଝାଡ଼ଖଣ୍ଡର ଦଲମା ଅଭୟରଣ୍ୟରୁ କ୍ରମାଗତ ଭାବେ ଆସୁଥିବାସହ ହାତୀପଲ ବିଗତ ୧୫ ବର୍ଷ ମଧ୍ୟରେ କେତେ ଫସଲ, ଘର ନଷ୍ଟ ଓ ଭାଙ୍ଗିଥିବା ବେଳେ କେତେ ଜୀବନ ନେଇଛନ୍ତି  । ହାତୀପଲ ଯିବା ଆସିବା କରୁଥିଲେ ମଧ୍ୟ ଏହି ହାତୀପଲକୁ ରୋକିବା ନିମନ୍ତେ ସରକାର କୌଣସି ସ୍ଥାୟୀ ବ୍ୟବସ୍ଥା ନକରିବାରୁ ହାତୀପଲ ଅନାୟାସରେ ଯିବାଆସିବା କରୁଛନ୍ତି  । ସରକାର ହାତୀପଲକୁ ନିୟନ୍ତ୍ରଣ କରିବାକୁ କୌଣସି ସ୍ଥାୟୀ ବ୍ୟବସ୍ଥା ନକରିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି  ।