ନୂତନ ଆଇନ୍ ସଚେତନତା କାର୍ଯ୍ୟକ୍ରମ

ସିଂହପୁର : ବରୁଣେଶ୍ୱର କଲ୍ୟାଣ ମଣ୍ଡପ ପରିସରରେ ବିଞ୍ଝାରପୁର ପୁଲିସ ପକ୍ଷରୁ ନୂତନ ଭାବେ ପ୍ରଣୀତ ଆଇନ୍ ଏବଂ ନିଶା ନିବାରଣ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଥାନା ଅଧିକାରୀ ବାମଦେବ ନନ୍ଦଙ୍କ ଦ୍ୱାରାଙ୍କ ତତ୍ୱାବଧାନରେ  ସମାଜସେବୀ ରବିନ୍ଦ୍ର ପରିଡ଼ା ଅରେଇ ସରପଞ୍ଚ ସ୍କୃତିସମୀକ୍ଷା ମଲ୍ଲିକ, ଘଣ୍ଟିଆଳି ସରପଞ୍ଚ କାର୍ତିକ ଧଳ, ଶାସନ୍ଦା ସରପଞ୍ଚ କାମଦେବ ଧଳ, ଅରେଇ ସମବାୟ ସମିତିର ସମ୍ପାଦକ ହେମେନ୍ଦ୍ର ସାମଲ, ସାମ୍ବାଦିକ ଦେବ ବ୍ରତ ସାହୁ ପ୍ରମ୍ମୁଖ ନିଶାନିବାରଣ ଏବଂ ନୂତନ ଆଇନ୍ ଉପରେ ନିଜ ନିଜର ସୁଚିନ୍ତିତ ମତଦାନ କରିଥିଲେ । ଅରେଇ ପୂର୍ବତନ ସରପଞ୍ଚ ଦେବା ନନ୍ଦ ମଲ୍ଲିକ ମଦ୍ୟପାନ କରି ଦୁର୍ଘଣାରେ ପଡିଥିବା ବ୍ୟକ୍ତିକୁ ଉଦ୍ଧାର କରି ଡ଼ାକ୍ତର ଖାନାକୁ ନେବାରେ କିଛି ଅସୁବିଧା ଅଛି କି ଥାନା ଅଧିକାରୀଙ୍କୁ ପ୍ରଶ୍ନ କରିବା ସହ ଉପସ୍ଥିତ ସମାଜସେବୀ ଲୋକ ପ୍ରତିନିଧି ବିଭିନ୍ନ ପ୍ରକାର ପ୍ରଶ୍ନ କରି ନୂତନ ଆଇନ୍ ସମ୍ପର୍କରେ ଜାଣିବାକୁ ଚାହିଁଥିଲେ ।