ନୂତନ ଏଡିଏମ୍ ଓ ସିଡିଏମ୍ଓଙ୍କ ଯୋଗଦାନ

ଭଦ୍ରକ : ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ବଦଳି ଆଦେଶ ବିଜ୍ଞପ୍ତି ଅନୁଯାୟୀ ଭଦ୍ରକ ଜିଲ୍ଲାପରିଷଦରେ କାର୍ଯ୍ୟରତ ଥିବା ମୁଖ୍ୟ ଉନ୍ନୟନ ଏବଂ ନିର୍ବାହୀ ଅଧିକାରୀ ସରୋଜ କୁମାର ଦତ୍ତ ଭଦ୍ରକର ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏ କାର୍ଯ୍ୟରେ ଯୋଗଦେଇଛନ୍ତି । ଜିଲ୍ଲାପରିଷଦର ନୂତନ ମୁଖ୍ୟ ଉନ୍ନୟନ ଅଧିକାରୀ ଭାବେ ଶୁଭେନ୍ଦ୍ର ସାମଲ ଯୋଗଦେବା ପରେ ଶ୍ରୀ ଦତ୍ତ ଏହି ପଦବୀର ଦାୟିତ୍ୱ ହସ୍ତାନ୍ତର କରି ନିଜର ନୂତନ ପଦବୀରେ ଯୋଗ ଦେଇଛନ୍ତି । ସୂଚନାଯୋଗ୍ୟକି ଶ୍ରୀ ଦତ୍ତ ମୁଖ୍ୟ ଉନ୍ନୟନ ଅଧିକାରୀଭାବେ ଭଦ୍ରକରେ ୨୨-୮-୨୩ରୁ ଜଣେ ନିଜର ଦାୟିତ୍ୱ ତୁଲାଇ ଆସିଛନ୍ତି । ଓଡିÿଶା ପ୍ରଶାସନିକ ସେବାର ଶୁଭେନ୍ଦ୍ର କୁମାର ସାମଲ ଭଦ୍ରକ ଜିଲ୍ଲାପରିଷଦର ନୂତନ ମୁଖ୍ୟ ଉନ୍ନୟନ ଏବଂ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରେ ଯୋଗଦେଇ ପଦବୀରେ କାର୍ଯ୍ୟରତ ଥିବା ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ଶ୍ରୀ ସାମଲ ଯାଜପୁର ଜିଲ୍ଲାରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଭାବେ ଦକ୍ଷତାର ସହିତ ନିଜର ଦାୟିତ୍ୱ ନିର୍ବାହ କରିଛନ୍ତି । କାର୍ଯ୍ୟରେ ଯୋଗଦାନ ପରେ ଜିଲ୍ଲାପରିଷଦ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଅଭିନନ୍ଦନ ଜଣାଇଥିଲେ ।