ନ୍ୟାୟ ନପାଇଲେ ଆତ୍ମାହୁତି ଧମକ
ଟାଙ୍ଗୀ/ଚୌଦ୍ୱାର : ପୀଡିତା ମହିଳା ନ୍ୟାୟ ପାଇଁ ବହୁ ସଂଘର୍ଷ କରି ନିରାଶ ହେଲେଣି, ଅନ୍ୟ ଉପାୟ ନପାଇ ମୃତୁ୍ୟକୁ ଅପେକ୍ଷା ବୋଲି ପ୍ରକାଶ କରିଛନ୍ତି । ବିବାହର ଏକ ବର୍ଷ ପରଠାରୁ ଆଜି ପର୍ଯ୍ୟନ୍ତ ନ୍ୟାୟ ପାଇଁ କରୁଛନ୍ତି ଲଢେଇ । ଥାନା ଅଧିକାରୀଙ୍କଠୁ ନ୍ୟାୟ ପାଇଲେ ନାହିଁ, ଶେଷରେ ଆତ୍ମହୁତି ଦେବେ ପୀଡିତା ମହିଳା । ଏଥିପାଇଁ ସମ୍ପୂର୍ଣ ରୂପେ ଦାୟୀ ରହିବେ ଜଗତପୁର ଥାନା ଅଧିକାରୀ । ଶେଷରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ନ୍ୟାୟ ପାଇଁ ଗୁହାରୀ କରିବେ ବୋଲି ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ଚମ୍ପତି ଗ୍ରାମରେ । ପ୍ରକାଶ ଯେ ୨୦୧୩ ମସିହାରେ ପ୍ରେମ ବିବାହ କରିଥିବା ଶ୍ରୀମତୀ ମହାରଣାଙ୍କୁ ବିବାହ ପରେ ସ୍ୱାମୀ ଦୀପକ କୁମାର ସ୍ୱାଇଁ, ଶଶୁର ଅନନ୍ତ ଚରଣ ସ୍ୱାଇଁ, ଶାଶୁ ତୁଳସୀ ସ୍ୱାଇଁ ଓ ନଣନ୍ଦ ଦିପ୍ତିରେଖା ସ୍ୱାଇଁ ବାରମ୍ବାର ଯୌତୁକ ଦାବି କରି ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ନେଇ ପୁଲିସ ବିଭାଗର ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିବା କହିଛନ୍ତି । ବିବାହର ଏକ ବର୍ଷ ପରଠାରୁ ଆଜି ପର୍ଯ୍ୟନ୍ତ ବାପଘରେ ରହି ନ୍ୟାୟ ପାଇଁ ଲଢେଇ କରୁଥିବା ବେଳେ ସାଥିରେ ୧୧ ବର୍ଷର ପୁଅକୁ ଧରି ବାରମ୍ବାର ଜଗତପୁର ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଥାନାରୁ କୌଣସି ନ୍ୟାୟ ପାଇନଥିବା ପ୍ରକାଶ କରିଛନ୍ତି । ସ୍ୱାମୀକୁ ଦେଇଥିବା ଅର୍ଥ ମାଗିବାରୁ ସ୍ୱାମୀ ମାରପିଟ କରୁଥିବା ସେ ଲିଖିତ ଅଭିଯୋଗ କରିଛନ୍ତି କିନ୍ତୁ ପୁଲିସ ତରଫରୁ କୌଣସି କାଯ୍ୟନୁଷ୍ଠାନ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି ଯଦି ଏଦିଗରେ କେଣସି କାର୍ଯ୍ୟନୁଷ୍ଠାନ ଗ୍ରହର କରାନଯାଏ ତାହାହେଲେ ଆତ୍ମହତ୍ୟା ଏକମାତ୍ର ମାଧ୍ୟମ ବୋଲି ସେ କହିବା ସହ ଏଥିରେ ସମ୍ପୂଣ୍ଣ ଭାବେ ଜଗତପୁର ଥାନା ଅଧିକାରୀ ଦାୟୀ ରହିବେ ବୋଲି ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି ।