ପଛୁଆବର୍ଗଙ୍କ ପାଇଁ ମେଡିକାଲ, ବୈଷୟିକ ଓ ବୃତ୍ତିଗତ ଶିକ୍ଷାରେ ସଂରକ୍ଷଣ ଦାବି

 ଭୁବନେଶ୍ୱର : ବୈଷୟିକ, କାରିଗରୀ,ବୃତ୍ତିଗତ, ଡାକ୍ତରୀ,ଧନ୍ଦାମୂଳକ ସହ ଉଚ୍ଚ ଶିକ୍ଷାରେ ପଛୁଆ ବର୍ଗ ପାଇଁ ୫୪% ଓÿ ଅନୁସୂଚିତ ଜାତି ଓ ଜନଜାତି ପାଇଁ ୩୮.୭୫% ସଂରକ୍ଷଣ  ଦାବିରେ ଆଜି ସାମାଜିକ ନ୍ୟାୟ ସାମ୍ମୁଖ୍ୟ, ଓଡିଶା ଅଭିଭାବକ ମହାସଂଘ ଓÿ ସାମାଜିକ ନ୍ୟାୟ ସୁରକ୍ଷା ଅଭିଯାନ ପକ୍ଷରୁ ଦିନିକିଆ ସତ୍ୟାଗ୍ରହ ଲୋୟର ପିଏମଜି ଠାରେ ଅନୁଷ୍ଠିତ ହୋଇ ଯାଇଛି । ଶିକ୍ଷା ଯେପରି ସବୁ ବର୍ଗର ହାତ ପାଆନ୍ତାରେ ପହଁଚିବ ସେଥୂପ୍ରତି ସରକାର ଦୃଷ୍ଟି ଦେବା ଆବଶ୍ୟକ  । ଯେଉଁ ରାଜ୍ୟ ଯେତେ ଶିକ୍ଷିତ, ସେ ରାଜ୍ୟ ସେତେ ପ୍ରଗତିଶୀଳ ଓÿ ବିକଶିତ । ଓଡିଶାର ଜନସଂଖ୍ୟାର ପ୍ରାୟ ୫୪% ପଛୁଆବର୍ଗ  । ଚାକିରୀରେ ଯେତିକି ସଂରକ୍ଷଣ ଦିଆଯାଇଛି, ସମସ୍ତ ପ୍ରକାର ଶିକ୍ଷାରେ ସେତିକି ସଂରକ୍ଷଣ ଦିଯାଯାଉ  । କାର୍ଯ୍ୟକ୍ରମ ସଂଯୋଜକ ପ୍ରସନ୍ନ ବିଶୋୟୀ କହିଥିଲେ ସ୍ୱାଧୀନତା ପୂର୍ବରୁ ଓÿ ପରେ  ଜନସଂଖ୍ୟା ଅନୁଯାଇ ସଂଖ୍ୟାନୁପାତିକ ଭିତିକ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଥିବା ବିଭିନ୍ନ ରାଜ୍ୟ ଆଜି ସାମଗ୍ରିକ ଭାବେ ବିକାଶ କ୍ଷେତ୍ରରେ ଆମଠୁ ଅନେକ ଆଗରେ  । ତେଣୁ ଓଡିଶାରେ ମଧ୍ୟ ସାମଗ୍ରିକ ଓÿ ସମାନୁପାତିକ ବିକାଶ ତଥା ଶିକ୍ଷା ଅଧିକାର ଆଇନର ସଠିକ କାର୍ଯ୍ୟକାରୀ ପାଇଁ  ଦାବୀ ହୋଇଛି  । ଓଡିଶା ଅଭିଭାବକ ମହାସଂଘ ସଭାପତି ବାସୁଦେବ ଭଟ୍ଟ କହିଲେ ଯେ ଶିକ୍ଷା ଅଧିକାର ଆଇନ ଅନୁଯାଇ ବର୍ତମାନ ପ୍ରାଇଭେଟ ସ୍କୁଲରେ ମଧ୍ୟ ଆର୍ଥିକ ଅନାଗ୍ରସର ଶ୍ରେଣୀ ପିଲାଙ୍କୁ ଅଷ୍ଟମ ପର୍ଯ୍ୟନ୍ତ ମାଗଣା ପଢ଼ା ଯାଉଛି  । ସେମାନଙ୍କୁ ଦ୍ୱାଦଶ ପର୍ଯ୍ୟନ୍ତ ମାଗଣା ପଢ଼ିବାକୁ ଲଢେଇ ଜାରି ରହିଛି  । ପ୍ରାୟତଃ ଆର୍ଥିକ ଅନାଗ୍ରସର ଶ୍ରେଣୀରେ ଥିବା ପଛୁଆ ବର୍ଗ ପିଲାଙ୍କୁ ବୈଷୟିକ, କାରିଗରୀ ସହ ସମସ୍ତ ଶିକ୍ଷା କ୍ଷେତ୍ରରେ ୫୪%ଓÿ ଦଳିତ ଓÿ ଆଦିବାସୀ ପିଲାଙ୍କୁ ୩୮% ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିବାକୁ ଦାବୀ ହେଉଛି  ।