ପଛୁଆ ବର୍ଗଙ୍କୁ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ନେଇ ମୁଖ୍ୟମନ୍ତ୍ରୀ କୃତଜ୍ଞତା

 ଧର୍ମଗଡ଼ :  ଧର୍ମଗଡ଼ ହୋଟେଲ ରାଜ ସଭା ଗୃହରେ ବିଜେପି ଦଳ ପକ୍ଷରୁ ସମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି । ସଭାରେ ବିଜେପି ବିଧାୟକ ଧର୍ମଗଡ଼ ସୁଧୀର ରଞ୍ଜନ ପଟ୍ଟଯୋଶୀ, କଳାହାଣ୍ଡି ବିଜେପି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ କୁମାର ମେହେର, ଧର୍ମଗଡ଼ ନଗର ପାଳ ଅଶୋକ କୁମାର ମହାନ୍ତି, ଲଷ୍ମୀକାନ୍ତ ବାଗ ଜିଲ୍ଲା ଉପ ସଭାପତି, ସୁକାନ୍ତି ସା, ପୂବର୍ତନ କୁଳପତି ଜରିଆ ତେଲି ସାହୁ, ସମାଜ ତଥା ମାଳି ସମାଜରୁ, ଗୌଡ଼ ସମାଜରୁ  ଅନେକ ଲୋକ ଉପସ୍ଥିତ  ହୋଇଥିଲେ । ପଛୁଆ ବର୍ଗଙ୍କୁ ସଂରକ୍ଷଣ ପାଠ ପଢା କ୍ଷେତ୍ରରେ ମୋହନ ସରକାର ଦେଇଥିବା ଥିବାରୁ ମଞ୍ଚାସୀନ ସମସ୍ତ ବକ୍ତାମାନେ ସରକାରଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ । ଏହି ସଭାକୁ ପଛୁଆ ବର୍ଗ ନେତା ପୂର୍ବତନ ସମିତି ସଭ୍ୟ ଜନ୍ମ ଜୟ ନାୟକ ପରିଚାଳନା କରିଥିଲେ ।  ସଭାକାର୍ଯ୍ୟ ସମାପ୍ତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମନ କି ବାତ ପ୍ରୋଗ୍ରାମକୁ ଉପଭୋଗ କରି ସମସ୍ତେ ପରସ୍ପର ବାର୍ତ୍ତାଲାପ କରି ସଭାସାଙ୍ଗ କରିଥିଲେ ।