ସାମୂହିକ ଶ୍ରମଦାନରେ ବନ୍ଧ ନିର୍ମାଣ
ସୋର: ସୋର ବ୍ଲକ କେଦାରପୁର ଗ୍ରାମରେ ଥିବା ଭୂମିପୁତ୍ର ସେବା ପ୍ରତିଷ୍ଠାନ ପକ୍ଷରୁ ନୂଆଦିଲ୍ଲୀର ଗୁଞ୍ଜ ଅନୁଷ୍ଠାନ ସହଯୋଗରେ ସୋର ବ୍ଲକ ଅନ୍ତର୍ଗତ ବାଳଙ୍ଗ ଗ୍ରାମରେ ଲୋକମାନଙ୍କ ସାମୂହିକ ଶ୍ରମଦାନ ଦ୍ୱାର ଏକ ବନ୍ଧ ନିର୍ମାଣ କରାଯାଇଛି । ଚାଷ ଜମିକୁ ଜଳ ସେଚନ ସୁବିଧା ପାଇଁ ଏହି ବନ୍ଧ ନିର୍ମାଣ କରାଯାଇଛି । ଗ୍ରାମର ସମସ୍ତ ଗ୍ରାମବାସୀମାନଙ୍କ ସାମୂହିକ ଶ୍ରମଦାନ ଦ୍ୱାରା ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ବନ୍ଧ ନିର୍ମାଣ ଦ୍ୱାରା ଚାଷ ଜମିକୁ ଜଳ ଯୋଗାଣ ଠିକ୍ ସମୟରେ ହେଇପାରିବ । ଶେଷରେ ଗ୍ରାମବାସୀମାନେ ମଧ୍ୟ ଏକ ବଜ୍ରପାତ ନିରୋଧ ଗୃହ ନିର୍ମାଣ କରିଥିଲେ । ଚାଷ କାର୍ଯ୍ୟରେ ନିୟୋଜିତ ଥିବା ସମୟରେ ଯଦି ବଜ୍ରପାତ ହେବ ସେମାନେ ଏହି ଗୃହରେ ଆଶ୍ରୟ ନେଇ ପାରିବେ । ସମସ୍ତ ଶ୍ରମଦାନ କରିଥିବା ଲୋକମାନଙ୍କୁ ଗୁଞ୍ଜ ପକ୍ଷରୁ ପାରିବାର କିଟ୍ ପ୍ରଦାନ କରଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଭୂମିପୁତ୍ରର ସମ୍ପାଦକ ଶିଶିର ଦାଶଙ୍କ ପରିଚାଳନାରେ ଅନୁଷ୍ଠାନର କର୍ମକର୍ତ୍ତା ଏବଂ ସ୍ୱେଚ୍ଛାସେବୀମାନେ ସହଯୋଗ କରିଥିଲେ ।