ପଞ୍ଚମୁଖୀ ହନୁମାନ ମନ୍ଦିରରେ ଜୟନ୍ତୀ
ଆନନ୍ଦପୁର : ଆଜି ହେଉଛି ମହା ବିଷୁବ ସଂକ୍ରାନ୍ତି ତଥା ମହାବୀର ଜୟନ୍ତୀ । ଗାଁ ଠାରୁ ସହର ପ୍ରତେକ ହନୁମାନ ମନ୍ଦିରରେ ପୂଜା ପାଉଛନ୍ତି ମହାବୀର । ଏହି କ୍ରମରେ ପୌରପରିଷଦ ବ୍ରାହ୍ମଣୀ ଦେବୀ ମନ୍ଦିର ସମ୍ମୁଖ ମୁକ୍ତିତୀର୍ଥ ଆନନ୍ଦଧାମ ପରିସରେ ଥିବା ପଞ୍ଚମୁଖୀ ହନୁମାନ ମନ୍ଦିର ଚଳଚଞ୍ଚଳ ସହିତ ଉତ୍ସବ ମୁଖର ହୋଇଉଠିଛି । ପ୍ରତ୍ୟୁଷରୁ ମନ୍ଦିର ପରିସର ବେଶ ଭିଡ଼ ପରିଲକ୍ଷିତ ହୋଇଥିଲା । ଭକ୍ତ ଲମ୍ଭା ଧାଡିରେ ଠାକୁରଙ୍କୁ ଦର୍ଶନ କରିଥିଲେ । ମନ୍ଦିରରେ ପୂଜକ ଦିଗାମ୍ବର ପଣ୍ଡା ଏବଂ ଚିତରଞ୍ଜନ ମିଶ୍ର ପୂଜା କାର୍ଯ୍ୟ ନିର୍ବାହ କରୁଥିବା ବେଳେ ଯଜ୍ଞ ମଣ୍ଡପରେ ପୁରୋହିତ ବୃନ୍ଦାବନ ଷଡ଼ଙ୍ଗୀ, ଦେବରଞ୍ଜନ ମିଶ୍ର ଯଜ୍ଞ କାର୍ଯ୍ୟ ତୁଳାଇଥିଲେ । ଅନ୍ୟପଟେ ପଞ୍ଚମୁଖୀ ହନୁମାନ କମିଟି ସଭାପତି ଦେବ ରଞ୍ଜନ ସାହୁ ଏବଂ ପନôୀ ସୁନୀତା ସାହୁ ଯଜମାନ କାର୍ଯ୍ୟ ତୁଲାଇଥିଲେ । ସେହିପରି ସକାଳେ ମନ୍ଦିର ପରିସରରେ ଭକ୍ତ ମାନଙ୍କ ଉଦେଶ୍ୟରେ ପଣା ବଣ୍ଟନ କରାଯାଇଥିଲା । ମଠ ମହନ୍ତ ଆନନ୍ଦ ଦାସ ମହାରାଜଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ପାଦକ ଅଜୟ ହୋତା, ଦିଲ୍ଲୀପ ସିଂ, ଜୟନାରାୟଣ ସାହୁ, ବିଶ୍ୱଜିତ ରାଉତ, ଦୀପକ ନାଥ, ଉମେଶ ପାଢ଼ୀ, ରବିନ୍ଦ୍ର ବାରିକ, କଟନ ରାମ, ମନରଞ୍ଜନ ସିଂ, ରଞ୍ଜନ ଯେନା, ଅକ୍ଷୟ ସାମଲ, ବିନୋଦ ସାହୁ, ବିବେକାନନ୍ଦ ରଥ, ରାମଚନ୍ଦ୍ର ପାତ୍ର, ଶିବ ସାହୁ, ଦେବାଶିଷ ବେହେରାଙ୍କ ସମେତ ଶତାଧିକ ଭକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।