କେମିତି ଚାଲିଛି ଯାଜପୁର ପ୍ରଶାସନ? ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାହିଁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବିବରଣୀ 

 ବିଞ୍ଝାରପୁର : ସରକାରଙ୍କ ନାକ କାନ ହେଉଛି ପ୍ରଶାସନିକ କଳ । ସରକାରଙ୍କ ଯାବତୀୟ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ହେଉଛି ପ୍ରଶାସନୀକ ଅଧିକାରୀଙ୍କ କାର୍ଯ୍ୟ । ସରକାରଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଥିବା ପ୍ରଶାସନ ମନ୍ତ୍ରୀ ହୁଅନ୍ତୁ କି ମୁଖ୍ୟମନ୍ତ୍ରୀଙ୍କ କୌଣସି କାର୍ଯ୍ୟକ୍ରମ ସଂପର୍କରେ ଆଗୁଆ ଅବଗତ ହୋଇଥାନ୍ତି । କାର୍ଯ୍ୟସୂଚୀ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀଙ୍କ ପାଇଁ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିଥାନ୍ତି । କିନ୍ତୁ ବଡ଼ ଆଶ୍ଚର୍ଯ୍ୟର କଥା ଯାଜପୁର ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବର୍ଷକ ଭିତରେ ୪ଥର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କି ଯାଜପୁର ଜିଲ୍ଲା ପ୍ରଶାସନ ପାଖରେ ତାହାର ସବିଶେଷ ବିବରଣୀ ଉପଲବ୍ଧ ନାହିଁ । ଏଭଳି ସାଂଘାତିକ ଅଭିଯୋଗ ସୂଚନା କର୍ମୀ ପାର୍ଥସାରଥୀ ବାରିକ କରିଛନ୍ତି । 
ସରକାର ପରିବର୍ତ୍ତନ ହେବା ପରେ ମୁଖ୍ୟମନ୍ତ୍ରୀ ୨୦୨୪-୨୦୨୫ ଏବଂ ୨୦୨୫-୨୬ ଦୁଇ ଆର୍ଥôକ ବର୍ଷରେ୪ଥର ବିଭିନ୍ନ କାର୍ଯ୍ୟକ୍ରମରେ ଯାଜପୁରକୁ ଆସିଛନ୍ତି ଏକଥା ସମସ୍ତଙ୍କୁ ଜଣାଥିଲେ ବି ଗ୍ରସ୍ତ ସମ୍ବନ୍ଧୀୟ କୌଣସି ତଥ୍ୟ ସରକାରୀ କାର୍ଯ୍ୟାଳୟରେ ଉପଲବ୍ଧ ନଥିବା, ତାହା ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୂଚନା ଅନୁଯାୟୀ ସୂଚନା ଅଧିକାର କର୍ମୀ ପାର୍ଥସାରଥୀ ଗତ ମେ ମାସ ୨୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଯାଜପୁର ଜିଲ୍ଲା ଗ୍ରସ୍ତ ସମ୍ବନ୍ଧୀୟ ତଥ୍ୟ ଜାଣିବାକୁ ସୂଚନା ଅଧିକାର ଆଇନ ଅନୁସାରେ ଜିଲ୍ଲାପାଳଙ୍କୁ ଆବେଦନ ଆବେଦନ କରିଥିଲେ । ଦୁଇଟି ଆର୍ଥôକ ବର୍ଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେତେ ଥର ଯାଜପୁର ଜିଲ୍ଲା ଗ୍ରସ୍ତ କରିଛନ୍ତି, କେଉଁ କାର୍ଯ୍ୟକ୍ରମରେ ଆସିଛନ୍ତି ଏବଂ ପ୍ରତି ଆର୍ଥôକ ବର୍ଷରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ସେ ସମ୍ବନ୍ଧୀୟ ତଥ୍ୟ ଦେବାକୁ ନିବେଦନ କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଡେପୁଟି ଜିଲ୍ଲାପାଳ, ସାଧାରଣ ବିଭାଗକୁ ୫ ଦିନ ମଧ୍ୟରେ ତଥ୍ୟପ୍ରଦାନ କରିବାକୁ ତା୨୭/୦୫/୨୦୨୬ରିଖରେ ପତ୍ର ସଂଖ୍ୟା ୭୫୯୨ରେ ନିଦେ୍ର୍ଦଶ ଦେଇଥିଲେ ହେଁ ତଥ୍ୟ ମିଳିନଥିଲା । ଖାଲି ସେତିକି ନୁହଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତଥ୍ୟ ଉପଲବ୍ଧ ନଥିବା ଦର୍ଶାଇ ତା୦୯/୦୬/୨୦୨୫ରିଖରେ ପତ୍ର ସଂଖ୍ୟା ୮୨୨୦କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କୁ ତଥ୍ୟ ଯୋଗାଇ ଦେବାକୁ ଚିଠି କରିଥିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜନ ସୂଚନା ଅଧିକାରୀ ସୁକାନ୍ତ କୁମାର ନାୟକ । କିନ୍ତୁ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ମଧ୍ୟ ତଥ୍ୟ ଉପଲବ୍ଧ ନ ଥିବା ଚିଠି ମାଧ୍ୟମରେ ଜନ ସୂଚନା ଅଧିକାରୀ ଜଣାଇ ଦେଇଥିଲେ । ତେବେ ପୁନର୍ବାର ଅବଦାନକାରୀ ସୂଚନା ପାଇବା ନିମନ୍ତେ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗକୁ ସୂଚନା ଅଧିକାର ଆଇନ ବଳରେ ଆବେଦନ କରିଥିଲେ । ସୂଚନା ପ୍ରଦାନ କରିବା ପାଇଁ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଚିଠି କରିଥିଲେ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଉତ୍ତର ଆସିଥିଲା ସତ, କିନ୍ତୁ ତାହା ଅଧା ଅଧୁରା । ତଥ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତ ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରାଯାଇଥିବା ବେଳେ ଖର୍ଚ୍ଚ ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରାଯାଇନଥିଲା । ତା୭/୭/୨୦୨୫ରିଖରେ ପତ୍ର ସଂଖ୍ୟା ୩୨୧୫/ସିଏମରେ ତଥ୍ୟ ଦେବାକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜନ ସୂଚନା ଅଧିକାରୀ ଜଣାଇଥିଲେ କି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୪-୨୦୨୫ ଏବଂ ୨୦୨୫-୨୦୨୬ ଆର୍ଥôକ ବର୍ଷରେ ବିଭିନ୍ନ କାର୍ଯ୍ୟକ୍ରମରେ ଚାରିଥର ଯାଜପୁର ଜିଲ୍ଲା ଗ୍ରସ୍ତ କରିଛନ୍ତି । ତା ୨୯/୦୯/୨୦୨୪ରେ ମୁଖ୍ୟମନ୍ତ୍ରୀ ବଡ଼ଚଣା ବ୍ଲକ ଛତିଆକୁ ମନ କି ବାତ୍ କାର୍ଯ୍ୟକ୍ରମ, ତା୦୪/୦୧/୨୦୨୫ରିଖରେ ଧର୍ମଶାଳା ମହୋତ୍ସବ ପାଇଁ ଧର୍ମଶାଳା, ତା୦୮/୦୨/୨୦୨୫ରିଖରେ ବ୍ୟାସ ସରୋବର, ଟାଉନହଲ, ଯଯାତି କେଶରୀ ମେଡ଼ିକାଲ କଲେଜ, ଜିଲ୍ଲା ମହୋତ୍ସବ ଉଦ୍ଘାଟନ, ତା ୨୨/୦୫/୨୦୨୫ରିଖରେ କଳିଙ୍ଗନଗରରେ ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ଉଦ୍ଘାଟନ ଏବଂ ଭୂମିପୂଜା ପାଇଁ ଯାଜପୁର ଗ୍ରସ୍ତ କରିଥିଲେ । କିନ୍ତୁ ଗ୍ରସ୍ତ ସମ୍ବନ୍ଧୀୟ ଖର୍ଚ୍ଚ ପ୍ରଦାନ ନ କରି ତା୦୭/୦୭/୨୦୨୫ରିଖରେ ଚିଠି ସଂଖ୍ୟା ୩୨୧୬/ସିଏମରେ ଗ୍ରସ୍ତ ଖର୍ଚ୍ଚ ସମ୍ବନ୍ଧୀୟ ତଥ୍ୟ ଯାଜପୁର ଜିଲ୍ଲା ପ୍ରଶାସନ ପ୍ରଦାନ କରିବାକୁ ଚିଠି କରିଛନ୍ତି । କିନ୍ତୁ ତଥ୍ୟ ନଥିବା କହି ହାତ ଟେକିଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ତଥ୍ୟ କେଉଁଠୁ ଆସିବ ତାକୁ ନେଇ ଆଶଙ୍କା କରିଛନ୍ତି ପାର୍ଥସାରଥୀ । ପ୍ରଶ୍ନ ଉଠୁଛି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଖର୍ଚ୍ଚ ସମ୍ବନ୍ଧୀୟ ତଥ୍ୟ ନାହିଁ ନା ଦେବାକୁ କୁଣ୍ଠାବୋଧ କରାଯାଉଛି । ଲୁଚାଯାଉଛି କି ଖର୍ଚ୍ଚ ସମ୍ବନ୍ଧୀୟ ତଥ୍ୟ?  ତଥ୍ୟ ପାଇବା ପାଇଁ ସୂଚନା ଅଧିକାର କର୍ମୀ ପାର୍ଥସାରଥୀ ବାରିକ ପ୍ରଥମ ଅପିଲ କରିବେ ବୋଲି ପ୍ରକାଶ କରିଛନ୍ତି ।ଞ୍ଚ