ବାଇକ ଚୋରି ମାମଲାରେ ଜଣେ ଗିରଫ
ବ୍ୟାସନଗର:ଯାଜପୁର ରୋଡ଼ ପୁଲିସ ଏକ ବାଇକ ଚୋରି ମାମଲାରେ ଜଣେକୁ କୋର୍ଟ ଚାଲାଣ କରିଛି । ସୂଚନା ମୁତାବକ ଯାଜପୁର ରୋଡ଼ ଥାନା ଅନ୍ତର୍ଗତ ଧବଳଗିରି ରାମଦାସ କଲୋନୀରେ ଭଡ଼ା ରହୁଥିବା କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ମାଣିକପୁର ଅଂଚଳର ଶଶିକାନ୍ତ ଦାସ ଗତ ୨୫ ତାରିଖ ଅପରାହ୍ନରେ ଘର ସମ୍ମୁଖରେ ମୋଟର ସାଇକେଲ ରଖିଥିବା ବେଳେ କେହି ଏହାକୁ ଚୋରାଇ ନେଇଥିଲା । ଏନେଇ ଘରମାଲିକ ଯାଜପୁର ରୋଡ଼ ଆଦର୍ଶ ଥାନା ଅନ୍ତର୍ଗତ ଯୋଡାବର ଅଂଚଳର ସନ୍ତୋଷ ବିଶ୍ୱାଳ ୨୮ ତାରିଖରେ ଯାଜପୁର ରୋଡ଼ ଆଦର୍ଶ ଥାନାରେ ଅଭିଯୋଗ କରିବା ପରେ ପୁଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଥିଲା । ତେବେ ଗୁରୁବାର ସକାଳ ସମୟରେ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଯାଜପୁର ରୋଡ଼ ଆଦର୍ଶ ଥାନା ପୁଲିସ କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଲୁଣିଆ ପାଟଣା ଗ୍ରାମର ଶିଶିର କୁମାର ନାଥ(୩୧) ଙ୍କ ଘରେ ଚଢ଼ାଉ କରିବା ସହିତ ଶିଶିରକୁ ଗିରଫ କରିବା ସହିତ ଚୋରି ବାଇକ ଉଦ୍ଧାର କରିଥିଲା । ଏନେଇ ତଦନ୍ତରୁ ପୁଲିସ ଜାଣିବାକୁ ପାଇଥିଲା କି ଅଭିଯୁକ୍ତ ଶିଶିର ନାମରେ ପୂର୍ବରୁ କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ସମେତ ଯାଜପୁର ରୋଡ଼ ଆଦର୍ଶ ଥାନାରେ ମୋଟ ୬ ଗୋଟି ମାମଲା ପଂଜୀକରଣ ରହିଛି । ତେବେ ଅଭିଯୁକ୍ତ ଶିଶିର କୁ ଗିରଫ କରିବା ପରେ ଗୁରୁବାର ଯାଜପୁର ରୋଡ଼ ଆଦର୍ଶ ଥାନା ପୁଲିସ ତାକୁ କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ଉପେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି