ପଞ୍ଚଶଖା ଭବମୁକ୍ତି ସେବାଶ୍ରମର ପ୍ରତିଷ୍ଠା ଦିବସ
ବନ୍ତ : ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ଗୋପାଳପୁର ଗ୍ରାମରେ ପଞ୍ଚସଖା ଭବମୁକ୍ତି ସେବାଶ୍ରମର ୩୯ତମ ପ୍ରତିଷ୍ଠା ଦିବସ ଓ ଶ୍ରୀ ଶ୍ରୀ ଅଚୁ୍ୟତାନନ୍ଦ ଦାସଙ୍କର ୫୩୬ତମ ଜନ୍ମ ବାର୍ଷିକ ଉତ୍ସବ ଆଶ୍ରମରେ ପାଳିତ ହୋଇଛି । ପୂଜାରୀ ଶମ୍ଭୁନାଥ ତ୍ରିପାଠୀ, ବିଷ୍ଣୁ ମୋହନ ଶତପଥୀ, ସମେତ ସମସ୍ତ ପୂଜକ ଯଜ୍ଞ ପୂଜା କାର୍ଯ୍ୟ ତୁଲାଇଥିଲେ । ଆଶ୍ରମ ମୁଖ୍ୟ ପରୁଧା ପ୍ରଧାନ ନ୍ୟାସିକ ବାବାଜୀ ରବିନାରାୟଣ ଦାସ ତତ୍ତ୍ୱାବଧାନରେ ଅନୁାଷ୍ଠିତ କାର୍ଯ୍ୟକ୍ରମରେ ପ୍ରବଚକ ନିରାକାର ଗାହାଣଙ୍କ ଦ୍ୱାରା ପ୍ରବଚନ ସହ ଅନ୍ୟାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପଞ୍ଚସଖା ଭବମୁକ୍ତି ସେବାଶ୍ରମର ୩ଦିନ ଧରି ଯଜ୍ଞରେ ସୋମବାର ପୂର୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପରିଚାଳନାରେ ବାବାଜୀ ବସନ୍ତ କୁମାର, ରାମଚନ୍ଦ୍ର ତ୍ରିପାଠୀ, ତୁଳସୀ ଦାସ, ଚକ୍ରଧର ଗିରି, ନିତ୍ୟାନନ୍ଦ ପାଳ, ପ୍ରକାଶ ଚନ୍ଦ୍ର ଗିରି, ସୁକାନ୍ତ ଗିରି, ବିଜୟ ଗିରି, ମାର୍କଣ୍ଡ ଗିରି, ରମାକାନ୍ତ ଜେନା, ସୁବାଷ ଚନ୍ଦ୍ର ଗିରି, ସଞ୍ଜୟ ଗିରି, ପ୍ରଫୁଲ୍ଲ ଜେନା, ପଦ୍ମନାଭ ସାହୁ ସମେତ ସମସ୍ତ ଆଶ୍ରମ ଭକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।