ଆଳୁ ଚାଷ ପାଇଁ ବଢୁଛି ଆଗ୍ରହ : ଆଗେଇ ଆସିଛନ୍ତି ଏସ୍ଏଚ୍ଜି ମହିଳା
ଫୁଲବାଣୀ: ଆମ ଓଡ଼ିଆଙ୍କ ରୋଷେଇରେ ଆଳୁ ଅଳ୍ପ ବହୁତ ଆବଶ୍ୟକ ରହିଥାଏ । ଆମ ରାଜ୍ୟ ଆଳୁରେ ଆତ୍ମନିର୍ଭର ହୋଇପାରି ନାହିଁ । ଆନ୍ଧ୍ର, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ ଉପରେ ନିର୍ଭର କରିବାକୁ ପଢୁଛି । ଅନେକ ସମୟରେ ଆଳୁଦର ଏତେ ଉପରକୁ ଉଠି ଯାଉଛି ଯେ, ସାଧାରଣ ଗ୍ରାହକ ପାଇଁ କିଣିବା ଅସମ୍ଭବ ହୋଇପଡୁଛି । ଏହାକୁ ନଜରରେ ରଖି ରାଜ୍ୟ ସରକାର ଆଳୁର ଉତ୍ପାଦନ ବଢାଇବା ପାଇଁ ଯୋଜନା କରୁଛନ୍ତି । ଏହି କ୍ରମରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକ୍ରେ ଏବେ ଆଳୁ ଚାଷକୁ ପ୍ରୋସôାହନ ଦିଆଯାଉଛି । ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଫିରିଙ୍ଗିଆ ବ୍ଲକର ୨୯୩ ଚାଷୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି । ହେକ୍ଟର ପିଛା ୩୩ ହେକ୍ଟର ଜମିରେ ଆଳୁ ବିହନ ଏବଂ ସାର ବିହନ ସବ୍ସିଡି ଦରରେ ଚାଷୀଙ୍କୁ ଯୋଗାଇ ଦିଆଯାଇଛି । ପ୍ରତି ହେକ୍ଟରରୁ ୧୦୦ ରୁ ୧୩୦ କ୍ୱିଣ୍ଟାଲ ଆଳୁ ଅମଳ ହେବା ଲକ୍ଷ୍ୟ ରଖା ଯାଇଥିବା କହିଛନ୍ତି ବ୍ଲକ୍ ଉଦ୍ୟାନ କୃଷି ଅଧିକାର ବିଶ୍ୱଜିତ୍ ସୁବୁଦ୍ଧି । ଚାଷୀଙ୍କ ସହିତ ଏହି ଯୋଜନାରେ ସାମିଲ ହୋଇଛନ୍ତି ଅନେକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ । ସଲାଗୁଡ଼ା ପଞ୍ଚାୟତ ବଢାପାଳୁର ମା' ସୁଭିଗୁପା ସ୍ୱୟଂ ସହାୟକ ଗୋଷ୍ଠୀ ଏହି ଯୋଜନା ପ୍ରତି ଆଗ୍ରହ ପ୍ରକାଶ କରି ଗୋଟିଏ ଜମିରେ ଆରମ୍ଭ କରିଛନ୍ତି ଆଳୁ ଚାଷ । ସରକାରୀ ସହାୟତାରେ ଦେଢ କ୍ୱିଣ୍ଟାଲ ବିହନ ଆଣି ଲଗାଇଛନ୍ତି । ସାର, ଖତ ଓ ବାଡ଼ ପାଇଁ ପ୍ରାୟ ୧୫ ହାଜର ଟଙ୍କା ଖର୍ଚ୍ଚ ହୋଇଥିବା କହିଛନ୍ତି ଗ୍ରୁପର ସଭାପତି ନିର୍ମିତା କହଁର । ଦିନକୁ ପ୍ରାୟ ୨କ୍ରିଣ୍ଟାଲ ଆଳୁ ବାହାରିଥିବା ବେଳେ ଚଳିତ ବର୍ଷ ପ୍ରାୟ ୧୫୦୦ କ୍ୱିଣ୍ଟାଲ ଆଳୁ ବାହାରିବା ଅନୁମାନ କରାଯାଉଛି । ପରୀକ୍ଷଣ ସଫଳ ହେଲେ ଆଗାମୀ ବର୍ଷ ଅଧୂକ ଜମିରେ ଚାଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଉପ-ସଭାପତି ଜାନକୀ କହଁର ଓ ସିଆରପି କଇଁଫୁଲ କହଁର । ସୂଚନାଯୋଗ୍ୟ, କନ୍ଧମାଳ ଜିଲ୍ଲାର ମୃତ୍ତିକା ଓ ଜଳବାୟୁ ଆଳୁ ଚାଷ ପାଇଁ ଉପଯୋଗୀ ବୋଲି କୃଷି ବିଶାରଦ ମାନେ ମତବ୍ୟକ୍ତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଳୁ ଚାଷ ପାଇଁ ଜିଲ୍ଲା ପ୍ରଶାସନ ଅଧିକ ପ୍ରୋସôାହନ ଦେଲେ ଜିଲ୍ଲାରେ ଖାଉଟି ମାନଙ୍କର ଚାହିଦା ବିନା ଦ୍ୱିଧା ରେ ପୁରାଣ କରାଯାଇ ପାରିବ ବୋଲି ଆଶା କରାଯାଉଛି ।