ପଞ୍ଚାୟତସ୍ତରୀୟ ଜନ ଶୁଣାଣି ଶିବିର
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଲକ ବେଲଗାଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ସାଗରିକା ଷଢ଼ଙ୍ଗୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା, ପ୍ରକଳ୍ପ ନିଦେ୍ର୍ଦଶକ ସୁନିଲ କୁମାର କେରକେଟା, ସରପଞ୍ଚ ଲକ୍ଷ୍ମୀ ସାହୁ, ତହସିଲଦାର ତପନ କୁମାର ମହାପାତ୍ର, ବେଲଗାଁ ଥାନା ଅଧିକାରୀଣୀ ସ୍ମିତାଞ୍ଜଳି ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ ସୁନିଲ ଗନ୍ତାୟତ ଅତିଥି ଭାବେ ଯୋଗ ଦେଇଥିଲେ । ସଂପୃକ୍ତ ପଞ୍ଚାୟତରେ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ କାରୀ ଯୋଜନାରୁ ବଞ୍ଚôତ ଓ ସରକାରୀ ସୁବିଧାରୁ ଉପେକ୍ଷିତ ହୋଇଥିବା ହିତାଧିକାରୀ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ରାସନ୍ କାର୍ଡ, ଗ୍ରାମୀଣ ଆବାସ, ସ୍ୱାସ୍ଥ୍ୟ, ବାର୍ଦ୍ଧକ୍ୟ ଭତ୍ତା, ରାଜସ୍ୱ, ମନରେଗା, ବିଦୁ୍ୟତ୍ ଓ ସୁଭଦ୍ରା ଆଦି ଭିନ୍ନ ଭିନ୍ନ ଯୋଜନା ପାଇଁ ସମୁଦାୟ ୮୨ ଜଣ ହିତାଧିକାରୀ ଅଭିଯୋଗ ଦାଖଲ ହୋଇଥିଲା । ଶିବିରରେ ଏବିଡିଓ ଅରୁଣ କୁମାର ପ୍ରଧାନ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗୀୟ ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ଦଳେଇ, ସନ୍ତୋଷ କୁମାର ଦାଶ, ଯୋଗାଣ ନିରୀକ୍ଷକ ସ୍ନେହାଞ୍ଜଳି ସ୍ୱାଇଁ, ଡବ୍ଲୁଇଓ ଅନିଲ କୁମାର ପ୍ରଧାନ, ଏବିଇଓ ସୁଶିଲ କୁମାର ପାତ୍ର, ଭାରପ୍ରାପ୍ତ ସିଡିପିଓ ମମତା ପଣ୍ଡା, ସାମାଜିକ ଓ ଭିନ୍ନକ୍ଷମ ସଶକ୍ତି କରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ , ସ୍ୱାସ୍ଥ୍ୟ, ବିଦୁ୍ୟତ, ଜଳସମ୍ପଦ, ଗ୍ରାମ୍ୟ ଉନ୍ନୟନ, କ୍ଷୁଦ୍ର ଜଳସେଚନ ଓ ରାଜସ୍ୱ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ପଞ୍ଚାୟତ ନିର୍ବାହୀ ଅଧିକାରୀ ବି. ହରି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।