ଠାକୁରମୁଣ୍ଡାରୁ ଚୋରି ଶିଶୁ ବ୍ୟାସନଗରୁ ଉଦ୍ଧାର; ୨ଗିରଫ
ବ୍ୟାସନଗର : ମୟୁରଭଂଜ ଜିଲ୍ଲାର ଠାକୁରମୁଣ୍ଡାରୁ ଚୋରି ୪ବର୍ଷର ଶିଶୁ କନ୍ୟାକୁ ପୁଲିସ ବ୍ୟାସନଗରରୁ ଉଦ୍ଧାର ହୋଇଛି । ଉଦ୍ଧାର ଶିଶୁକୁ ଛଦ୍ମବେଶରେ ଚୋରି କରି ଆଣିଥିବା ୨ଜଣଙ୍କୁ ପୁଲିସ ଗିରଫ କରିଛି । ଉଦ୍ଧାର ଶିଶୁକନ୍ୟା ଓ ଗିରଫ ଅଭିଯୁକ୍ତକୁ ଠାକୁରମୁଣ୍ଡା ପୁଲିସ ନିଜ ହେପାଜତକୁ ନେଇଛି । ଠାକୁରମୁଣ୍ଡା ଥାନା ଅଧିକାରୀ ସାବିତ୍ରୀ ଦଳେଇଙ୍କ ଠାରୁ ମିଳିଥିବା ସୂଚନା ମତେ ଗଲା୧୭ତାରିଖରେ କରଂଜିଆ ଥାନା ମଲାରପଦା ଗ୍ରାମର ବସନ୍ତ ପାତ୍ରଙ୍କ ପତ୍ନୀ ସିପି ପାତ୍ର ୪ବର୍ଷର ଶିଶୁ କନ୍ୟାକୁ ଧରି ଠାକୁରମୁଣ୍ଡାରେ ହେଉଥିବା ‘ଉଡ଼ା’ ପର୍ବ ଦେଖିବାକୁ ଆସିଥିଲେ । ପଡ଼ିଆରେ ପର୍ବ ଦେଖୁଥିବା ସମୟରେ ସିପି ଶିଶୁ କନ୍ୟାକୁ ଏକ ସ୍ଥାନରେ ଠିଆ କରି ଶୌଚ ହେବାକୁ ଯାଇଥିଲେ । ଫେରିବା ପରେ ତାଙ୍କ କନ୍ୟା ନଥିବାର ଦେଖିବାକୁ ପାଇଥିଲେ । ପର୍ବ ସ୍ଥାନରେ ବହୁି ଖୋଜାଖୋଜି ନିରାଶ ହେବା ପରେ ଥାନାରେ ଏତଲା କରିଥିଲେ । ଏତଲାକୁ ଆଧାର କରି ପୁଲିସ ଏକ ମାମଲା ରୁଜୁ କରି ବିଭିନ୍ନ ଥାନା ଅଞ୍ଚଳକୁ ସୂଚନା ଦେବା ସହ ଖୋଜଖବର କରିଥିଲେ । ତେବେ ପୁଲିସ କରଂଜିଆ, ଢିଙ୍କିକୋଟ. ଘଟଗାଁ, ତେଲକୋଇ, ଆନନ୍ଦପୁର ସହ ଠାକୁରମୁଣ୍ଡାର ବିଭିନ୍ନ ସ୍ଥାନରେ ଖାନତଲାସି କରିଥିଲେ । ତେବେ ଠାକୁରମୁଣ୍ଡା ବଜାର, ବସଷ୍ଟାଣ୍ଡରୁ ସିସିଟିଭି ଯାଞ୍ଚ ବେଳେ ଶିଶୁକୁ ଦୁଇଜଣ କିନ୍ନରବେଶୀ ପୁରୁଷ ଶିଶୁକୁ ଧରି ବୁଲୁଥିôବା ଏବଂ ଶ୍ରୀ ଲକ୍ଷ୍ମୀ ବସରେ ଚଢିଥିବା ଜାଣିବାକୁ ପାଇଥିଲା । ପୁଲିସ ଏହା ସ୍ପଷ୍ଟ ହେବା ପରେ ଯାଜପୁର କିନ୍ନର ସଂଘର ସଭାପତି କାଜଲ ନାୟକ ଓ ତେଲକୋଇ କିନ୍ନର ସଂଘ କାର୍ଯ୍ୟକର୍ତାଙ୍କ ସହ ଯୋଗାଯୋଗ କରିଥିଲେ । କେହି କିନ୍ନର ଶିଶୁ ଚୋରି କରି ଆଣିଥିବା କଥାକୁ କାଜଲ ଗମ୍ଭୀରତାର ସହ ନେଇ ବ୍ୟାସନଗର ପୈାରାଂଚଳର ବିଭିନ୍ନ ସ୍ଥାନରେ ନିଜର ସହଯୋଗୀଙ୍କୁ ଧରି ଖୋଜାଖୋଜି କରିଥିଲେ । ଆଜି କିନ୍ନର ସଂଘର କାଜଲ, ସଂପାଦକ ଲଭଲି ଓ ଚିନୁ ପୈାରାଂଚଳଳର କାଚହୁଡ଼ି ସାହିରେ ଶିଶୁ କନ୍ୟାକୁ ଠାବ କରିଥିଲେ । ଏହି ୩ଜଣ କାଚହୁଡ଼ି ସାହିରେ ଖୋଜଖବର କରୁଥିବା ବେଳେ ଦୁଇଜଣ ଶିଶୁକୁ ଧରି ବୁଲୁଥିବା ଦେଖିବା ପରେ ସେମାନଙ୍କୁ ମିଳିଥିବା ଫଟୋ ଯାଂଚ କରି କରାୟତ କରିଥିଲେ । ଶିଶୁ ସହ ଦୁଇ ଚୋର ତେଲକୋଇ ଥାନା ଅଞ୍ଚଳର ଲିପୁ ରାୟ ଏବଂ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ବାତୋ ଅଂଚଳର ନିରଂଜନ ରାଉଳଙ୍କୁ କାଜଲ ଏବଂ ତାଙ୍କ ଟିମ୍ ଯାଜପୁର ରୋଡ଼ ପୁଲିସକୁ ହସ୍ତାନ୍ତର କରିବା ସହ ଠାକୁରମୁଣ୍ଡା ଥାନା ଅଧିକାରୀଙ୍କୁ ସୂଚନା ଦେଇଥିଲେ । ଠାକୁରମୁଣ୍ଡା ଥାନା ଅଧିକାରୀ ସଦଳବଳେ ଯାଜପୁର ରୋଡ଼ ଥାନାରେ ପହଁଚି ଥାନା ଅଧିକାରୀ ଉପେନ୍ଦ୍ର ପ୍ରଧାନଙ୍କୁ ଶିଶୁ ଚୋରି ସଂପର୍କରେ ସବିଶେଷ ସୂଚନା ଦେବା ପରେ ଏଠାକା ପୁଲିସ ଆବଶ୍ୟକ କାକଜପତ୍ର ପ୍ରସ୍ତୁତ କରିଥିଲେ । ଯାଜପୁର ରୋଡ଼ ଥାନା ଅଧିକାରୀଙ୍କ କହିବା ଅନୁଯାୟୀ ଦୁଇବର୍ଷ ପୂର୍ବେ କାଳୀପୂଜା ସମୟରେ କାଚହୁଡ଼ିରୁ ଏକ ଶିଶୁ ଅପହରଣ ଘଟଣା ଘଟିଥିଲା । ଦୁଇଦିନ ପରେ ଚୋରି ହୋଇଥିବା ଶିଶୁକୁ ଆଜି ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ରାଇସମିଲରେ ଶିଶୁ ରହିଥିବାର ଖବର କରିଥିଲେ । ପୁଲିସ ସନେ୍ଦହ କରୁଛି, ଗିରଫ ଅଭିଯୁକ୍ତ ଶିଶୁ ଚୋରି ର୍ୟାକେଟରେ ସଂପୃକ୍ତ ରହିଛନ୍ତି । ଏହାର ତଦନ୍ତ କରାଯାଇ ଖୋଳତାଡ଼ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି । ଉଦ୍ଧାର ଶିଶୁ ଏବଂ ଅଭିଯୁକ୍ତଙ୍କ ସ୍ୱାସ୍ଥ୍୍ୟ ପରୀକ୍ଷା ପରେ ଯାଜପୁର ରୋଡ଼ ପୁଲିସ ଠାକୁରମୁଣ୍ଡା ପୁଲିସକୁ ହସ୍ତାନ୍ତର କରିଛି । ତେବେ ଶିଶୁ ଚୋରି ଘଟଣା ବ୍ୟାସନଗରରେ ଆଲୋଡନ ଖେଳାଇ ଦେଇଛି ।