ପଞ୍ଚାୟତସ୍ତରୀୟ ମିଳିତ ଜନଶୁଣାଣି : ଅନୁପସ୍ଥିତ ବିଭାଗୀୟ ଅଧିକାରୀ 

 ବରୀ : ବ୍ଲକ ପ୍ରଶାସନ ପକ୍ଷରୁ କଳାମାଟିଆ ପଞ୍ଚାୟତ ସମ୍ମିଳନୀ କକ୍ଷରେ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି । ଉକ୍ତ ଜନ ଅଭିଯୋଗ ଶିବିରରେ ବରୀ ଏ ବିଡିଓ ମହେଶ୍ୱର ସେଠୀ, ସରପଞ୍ଚ, ରଶ୍ମିତା ପରିଡା, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରି ଲକ୍ଷ୍ମୀକାନ୍ତ ମହାରଣା, ଡିଇଓ ଆଲୋକ ଅଧିକାରି, ବିପିସି ରୋଜାଲିଶା ସାହୁଙ୍କ ସମେତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଯୋଗେଶ୍ୱର ନାୟକଙ୍କ ସମେତ ପ୍ରମୁଖ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ଶିବିର ପରିଚାଳନା କରିଥିଲେ । ଅଭିଯୋଗ ପ୍ରକୋଷ୍ଠକୁ ମୋଟ ୯୧ ଟି ଅଭିଯୋଗ ପଞ୍ଜୀକୃତ ହୋଇଛି । ଉଲ୍ଲେଖନୀୟ ଘଟଣା ଦେଖିବାକୁ ମିଳିଥିଲା ଯେ, ଏହି ଶୁଣାଣି ଶିବିରରେ ପାନୀୟ ଜଳ ଯୋଗାଣ ବିଭାଗ, ମନରେଗା ବିଭାଗ, ସାମାଜିକ ସୁରକ୍ଷା ବିଭାଗ ଓ ବିଦୁ୍ୟତ୍ ବିଭାଗର କୌଣସି ଅଧିକାରି ଆସି ନ ଥିଲେ । ଏ ବିଷୟରେ ସରପଞ୍ଚ କ୍ଷୋଭ ପ୍ରକାଶ କରି କହଛନ୍ତି ଯେ, ଅଧିକାରୀଙ୍କ ଅନୁପସ୍ଥିତି ଆମେ ଲୋକଙ୍କ ଅସନ୍ତୋଷର ସାମ୍ନା କରିବାକୁ ପଡୁଛି । ସରପଞ୍ଚଙ୍କ ପ୍ରତିନିଧି ଶରତ ଚନ୍ଦ୍ର ପରିଡା ଉପସ୍ଥିତ ରହି ଶିବିର ପରିଚାଳନା କରିଥଲେ ।