ପଞ୍ଚାୟତ ହାଇସ୍କୁଲର ବାର୍ଷିକୋତ୍ସବ
ରଗଡ଼ି : କୋରେଇ ବ୍ଲକ ମୁଳୁସରଗଡା ପଞ୍ଚାୟତ ହାଇସ୍କୁଲର ୩୩ତମ ବାର୍ଷିକୋତ୍ସବ ପାଳିତ ହୋଇଛି । ଏହି ଅବସରରେ ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଓ ସ୍ମରଣିକା ‘ଆମ ବିଦ୍ୟାଳୟ’ ଉନ୍ମୋଚନ ହେବା ସହ ପ୍ରଧାନଶିକ୍ଷକ ସୁଧାଂଶୁ ଶେଖର ସାହୁଙ୍କ ଅବସର ସମ୍ବର୍ଦ୍ଧନା ଦିଆଯାଇଥିଲା । ସ୍କୁଲ ପରିଚାଳନା କମିଟି ସଭାପତି ଅର୍ଜୁନ ଚରଣ ସାହୁଙ୍କ ସଭାପତିତ୍ୱ ସଭା ଅନୁଷ୍ଠିତ ହୋଇଥିଲା । ଅତିଥି ଭାବେ ସମବାୟ ମନ୍ତ୍ରୀ ଡ଼.ପ୍ରଦୀପ ବଳ ସାମନ୍ତ, ସାଂସଦ ଡ଼.ରବୀନ୍ଦ୍ର ନାରାୟଣ ବେହେରା, ବ୍ଲକ ଶିକ୍ଷା ମଣ୍ଡଳ ଅଧିକରୀ ସୁଦର୍ଶନ ମଲ୍ଲିକ, ପୂର୍ବତନ ବିଧାୟିକା ସଂଚିତା ମହାନ୍ତି, ସମିତିସଭ୍ୟା ପୁଷ୍ପାଞ୍ଜଳି ମହାପାତ୍ର ଓ ତୁଳତୀ ପୂର୍ବତନ ସରପଞ୍ଚ ଦିପ୍ତିମୟୀ କୁଅଁର ଯୋଗ ଦେଇଥିଲେ । ଶ୍ରୀ ସାହୁ ସଭାପତି ଅଭିଭାଷଣ ରଖିଥିବା ବେଳେ ଶିକ୍ଷକ ବିଜୟ କୁମାର କୁଅଁର ସଭା ପରିଚାଳନା ଓ ବାର୍ଷିକ ବିବରଣୀ ପାଠ କରିଥିଲେ । ବିଦାୟୀ ଶିକ୍ଷକଙ୍କୁ ମାନପତ୍ର, ପୁଷ୍ପ ଗୁଚ୍ଛ ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଛାତ୍ରଛାତ୍ରୀ ତଥା ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ଶିକ୍ଷକ ବିଜୟ କୁମାର କୁଅଁର, ନାରାୟଣ ସ୍ୱାଇଁ, ପ୍ରଶାନ୍ତ ସାମଲ, ସୁରିନ ନାଥ ସୁବୋଧ ମହାପାତ୍ର, ମହେଶ୍ୱର ମଲ୍ଲିକ, କାଳନ୍ଦି ଚରଣ ସାହୁ,ସୁରେଶ ବେହେରା, ଶିଶିର ସାହୁ ଓ ଶିକ୍ଷୟିତ୍ରୀ ସାରଥୀ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।