ପଞ୍ଚୁଦୋଳ ମେଲଣ ଶେଷ

 ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ମଞ୍ଜୁରୀରୋଡ଼ ଠାରେ ପଞ୍ଚୁଦୋଳ ମେଲଣ ଉସôବ ମଙ୍ଗଳବାର ରାତିରେ ଅନୁଷ୍ଠିତ ହୋଇ ବୁଧବାର ମଧ୍ୟାହ୍ନରେ ଶେଷ ହୋଇଛି । ପ୍ରାୟ ୬୫ ବର୍ଷ ଧରି ଅନୁଷ୍ଠିତ ହେଉଥିବା ଏହି ଦୋଳମେଲଣ କାର୍ଯ୍ୟକ୍ରମରେ ଥାନପତି ସାତସୋଳାର ଗୋପିନାଥଜୀଉ ମେଢ଼ ସମେତ ବନସ୍ତା, ଶାସନ, ବଳିପୁର, ରାଜେନ୍ଦ୍ରପୁର ସମେତ ଯାଜପୁର ଜିଲ୍ଲାର ବୈତରଣୀରୋଡ଼, ପଥରପଦା, ଜଳହରି ଓ ଗୋପାଳପୁରର ରାଧାଗୋବିନ୍ଦ ଜୀଉ ସୁସଜ୍ଜିତ ବିମାନରେ ବାଣ ରୋଷଣୀ ଓ ନାନା ନୃତ୍ୟ ସଙ୍ଗୀତ ଆସରରେ ଶୋଭାଯାତ୍ରାରେ ଆସି ମେଲଣ ପୀଠରେ ପହଞ୍ଚିଥିଲେ । ସେଠାରେ ଭୋଗ ଖାଇବା ସହ ରଙ୍ଗ ଅବିର ଲାଗି ହୋଇଥିଲେ । ସ୍ଥାନୀୟ ଜନସାଧାରଣଙ୍କ ସମେତ ପାଖଆଖ ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଲୋକ ଏହି ମେଲଣ ଉପଭୋଗ କରିଥିଲେ । ମେଲଣ କମିଟିର ସଦସ୍ୟମାନଙ୍କ ସମେତ ସ୍ଥାନୀୟ ପୁଲିସ ମେଲଣ ପରିଚାଳନା ଓ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।