ପତ୍ନୀଙ୍କୁ ବିଷ ଇଞ୍ଜେକ୍ସନ ଦେଇ ହତ୍ୟା ଘଟଣା, ଫରେନସିକ ଟେଷ୍ଟ ପାଇଁ ଗଲା ସିରିଞ୍ଜ
ଭୁବନେଶ୍ୱର - ପତ୍ନୀଙ୍କୁ ବିଷ ଇଞ୍ଜେକ୍ସନ ଦେଇ ହତ୍ୟା ଘଟଣା । ରାଜ୍ୟ ଫରେନସିକ ଲ୍ୟାବକୁ ପଠାଗଲା ହତ୍ୟାକାଣ୍ଡରେ ବ୍ୟବହୃତ ସିରିଞ୍ଜ, ଆନସ୍ଥେସିଆ ମେଡିସିନି ଓ ଅଭିଯୁକ୍ତଙ୍କ ମୋବାଇଲ ଫୋନ । ଆନସ୍ଥେସିଆ ମେଡିସିନିରେ ଆଉ କିଛି କେମିକାଲ ମିଶାଇଥିଲେ କି ନାହିଁ ପରୀକ୍ଷା କରାଯିବ । ଅନ୍ୟପଟେ ଅଭିଯୁକ୍ତ ସ୍ୱାମୀ ଓ ତାଙ୍କ ଦୁଇ ପ୍ରେମିକାଙ୍କୁ ମଧ୍ୟ ରିମାଣ୍ଡ ଆଣିବାକୁ କୋର୍ଟରେ ଆବେଦନ କରିବ ପୋଲିସ । ରିମାଣ୍ଡ ବେଳେ କ୍ରାଇମସିନ ରିକ୍ରିଏସନ କରିବ ତଦନ୍ତକାରୀ ଟିମ । ଗତ ୨୮ତାରିଖ ଅପରାହ୍ନରେ ବିଷ ଇଞ୍ଜେକ୍ସନ ଦେଇ ପତ୍ନୀ ଶୁଭଶ୍ରୀଙ୍କୁ ହତ୍ୟା କରିଥିଲା ସ୍ୱାମୀ ପ୍ରଦ୍ୟୁମ୍ନ । ହତ୍ୟାରେ ପ୍ରଦ୍ୟୁମ୍ନଙ୍କୁ ସହଯୋଗ କରିଥିଲେ ଦୁଇ ପ୍ରେମିକା । ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେବାକୁ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲେ ସ୍ୱାମୀ । ପତ୍ନୀ ବିଷ ପିଇ ଆତ୍ମହତ୍ୟା କରିଥିବା ନେଇ ଡାକ୍ତରଙ୍କୁ କହିଥିଲେ ଅଭିଯୁକ୍ତ ସ୍ୱାମୀ ।