ପରିବେଶ ସୁରକ୍ଷା ପାଇଁ ସ୍ୱଚ୍ଛତା ଜରୁରୀ
ପୁରୀ : ଉସ୍ତି ଫାଉଣ୍ଡେସନ ଇଣ୍ଡିଆ ପକ୍ଷରୁ ପୁରୀ ପୌରପାଳିକା ଏବଂ ସୁଇସ୍ ଫେଡ଼େରୋଲ ଇନଷ୍ଟିଚୁ୍ୟଟ୍ ଅଫ ଆକ୍ୱାଟିକ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (ଏୱାଗ)ର ସହଯୋଗିତାରେ ଆୟୋଜିତ ହୋଇଛି ଆବର୍ଜନା ପରିଚାଳନା ସାମୁଦ୍ରିକ ଅବଶେଷ ସଫେଇ କୌଶଳ ସମ୍ପର୍କିତ ୨ଦିନିଆ ଶିଖର ସମ୍ମିଳନୀ । ଉଦ୍ଘାଟିତ ହୋଇଛି । ଏହି ସମ୍ମିଳନୀରେ ଅଂଶ୍ରଗହଣ କରିଛନ୍ତି ସୁଇଜରଲ୍ୟାଣ୍ଡ ଓ ଉସ୍ତି ଫାଉଣ୍ଡେସନର ପ୍ରତିନିଧିମାନେ । ବିଶେଷଜ୍ଞମାନଙ୍କ ନେତୃତ୍ୱରେ ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ଅଧିବେଶନରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମାବାଳୀ, ପ୍ରଚଳିତ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା, ପୁରୀ ପ୍ରତି ଏହାର ଆହ୍ୱାନ, ବିଶ୍ୱସ୍ତରରେ ବର୍ଜ୍ୟବସ୍ତୁ ପରିଚାଳନା ସମସ୍ୟାର ସମାଧାନ ତଥା ସାମୁଦ୍ରିକ ପରିବେଶକୁ ପ୍ରଭାବିତ କରୁଥିବା ପ୍ରସଙ୍ଗଗୁଡ଼ିକ ଉପରେ ମାନସମନ୍ଥନ କରାଯାଇଥିଲା । ପେଣ୍ଠକଟାର ମସô୍ୟଜୀବୀ ସଂପ୍ରଦାୟ ଓ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସ୍ୱଚ୍ଛତା ସମସ୍ୟା ତଥା ସେସବୁର ସମାଧାନ ବିଷୟରେ ଆଲୋଚନା କରାଯାଇଥିବା ବେଳେ କ୍ଷେତ୍ର ପରିଦର୍ଶନ ଓ ଅନୁଧ୍ୟାନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି ସ୍ୱଚ୍ଛତା ସମ୍ମିଳନୀରେ ଉଦ୍ଘାଟନ କରି ଉସ୍ତି ଫାଉଣ୍ଡେସନ ଅଫ ଇଣ୍ଡିଆ ଅଧ୍ୟକ୍ଷ ସଞ୍ଜୀବ ମାରିକ ସ୍ୱଚ୍ଛ ପରିବେଶର ଆବଶ୍ୟକତା ପ୍ରତି ଗୁରୁତ୍ୱାରୋପ କରିବା ସହ ଏ ସମ୍ପର୍କରେ ସଚେତନତା ସୃଷ୍ଟି ଏକାନ୍ତ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ଲୋକଙ୍କୁ ଶିକ୍ଷିତ କରିବା ସହ ସ୍ୱାସ୍ଥ୍ୟ କିଭଳି ଠିକ୍ ରହିବ, ମାନବ ସମାଜକୁ ପ୍ରଦୂଷଣ କ୍ଷତି ପହଞ୍ଚାଇପାରିବ ନାହିଁ ସେ ସମ୍ପର୍କରେ ବୁଝାଇବାର ଆବଶ୍ୟକତା ରହିଛି । ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଭ୍ୟ ସମ୍ପାଦକ ଡ. କେ. ମୁରୁଗିସାନ ମୁଖ୍ୟବକ୍ତା ଭାବେ ଯୋଗଦାନ କରି କହିଥିଲେ ଯେ, ପୁରୀ ଏକ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ଓ ତୀର୍ଥ ସହର । ଏହି ସହର ସ୍ୱଚ୍ଛ ରହିଲେ ପର୍ଯ୍ୟଟନ ଶିଳ୍ପର ବିକାଶ ଘଟିବ । ଏଠାରେ ଥିବା କେତେକ ହୋଟେଲ, କଲ୍ୟାଣ ମଣ୍ଡପ ଆଦି ବ୍ୟବସାୟ ପ୍ରତିଷ୍ଠାନମାନେ ଏଣେତେଣେ ବର୍ଜ୍ୟ ବସ୍ତୁ ପକାଇବା କ୍ଷୋଭର ବିଷୟ । ପୌରସଂସ୍ଥାର ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଉସ୍ତି ଫାଉଣ୍ଡେସନ ପୌରସଂସ୍ଥାକୁ ସହଯୋଗ କଲେ ପରିବେଶ ସୁନ୍ଦର ଓ ସୁସ୍ଥ ହୋଇପାରିବ । ଉସ୍ତି ସୁଉଜରଲ୍ୟାଣ୍ଡର ପ୍ରତିଷ୍ଠାତା କୁତ ର୍ବୁର୍କି ସମ୍ମାନିତଅତିଥି ଭାବେ ଯୋଗଦାନ କରିଥିଲେ । ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିମନୁ୍ୟ ବେହେରା, ବିଜେପି ନେତା ବାବୁଲା ପ୍ରସାଦ, ଦି ବେଲର ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ ବର୍ଜ୍ୟବସ୍ତୁ ପରିଚାଳନା ଓ ବେଳାଭୂମି ସଫେଇ ସଂପର୍କରେ ନିଜନିଜର ମତଦାନ କରିଥିଲେ ।