ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା 

 ଭାପୁର : ଭାପୁର ବ୍ଲକ ଛେଲିଆ ପ୍ରାଥମିକ ସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ମଞ୍ଜୁଲତା ଦେଇଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଉତ୍ସବରେ ଛେଲିଆ ଗ୍ରାମର ବହୁ ବ୍ୟକ୍ତି, ସ୍କୁଲ ପରିଚାଳନା କମିଟିର ସମସ୍ତ ସଦସ୍ୟ, ପରିଚାଳନା କମିଟି ସଭାପତି ପ୍ରସନ ପଣ୍ଡା, ମୁଖ୍ୟଅତିଥି ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ମୋନାଲିସା ରଥ, ସମ୍ମାନିତଅତିଥି  ବିଆରସିସି ପ୍ରଭାକର ସାମନ୍ତରାୟ, ମୁଖ୍ୟବକ୍ତା ଅବସରରପ୍ରାପ୍ତ ବିଜ୍ଞାନ ଶିକ୍ଷକ ନିରଞ୍ଜନ ଆଚାର୍ଯ୍ୟ, କୃଷ୍ଣଚନ୍ଦ୍ର ତ୍ରିପାଠୀ, ଜୟନ୍ତୀ ସୁବୁଦ୍ଧି, ଶିକ୍ଷକ ନେତା ନିରଞ୍ଜନ ଦଳବେହେରା, ପ୍ରଫୁଲ୍ଲ ନନ୍ଦ, ସୁରେଶ ମହାରଣା, ଶିକ୍ଷକ ଶିକ୍ଷୟିତ୍ରୀ, ବହୁ ପୁରାତନ ଓ ନୂତନ ଛାତ୍ରଛାତ୍ରୀ ଅଂଚଳର ବହୁ ପୁରୋଧା ମାନେ ଯୋଗଦେଇଥିଲେ । ସଭାରେ ସଭାପତିତ୍ୱ କରିଥିଲେ ଶିକ୍ଷକ ଅରୁଣ ଦାଶ, ଶିକ୍ଷକନେତା ପ୍ରସନ କୁମାର ଲେଙ୍କା ମଞ୍ଚ ପରିଚାଳନା କରିଥିଲେ । ପଞ୍ଚାନନ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ଶିକ୍ଷକ ନେତା କେଳୁ ଚରଣ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।